ପୁରୀ: ଆମ ଗହଣରେ ଆଉ ନାହାନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର । କିଛିଦିନ ହେବ ତାଙ୍କ ଦେହ ଅସୁସ୍ଥ ରହୁଥିଲା । ବାରମ୍ବାର ଡାକ୍ତଖାନାରୁ ଘର ଏବଂ ଘରୁ ଡାକ୍ତରଖାନା ହେଉଥିଲେ । ଶେଷରେ ୯୨ ବର୍ଷରେ ଚିର ନିଦ୍ରାରେ ସେ ଶୋଇଗଲେ । ଆଜି(ରବିବାର) ସକାଳ ପ୍ରାୟ ୮ଟା ୧୨ ମିନିଟରେ ଲତା ମଙ୍ଗେଶକର ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଦୀର୍ଘ ୨୮ ଦିନ ଧରି ସେ କୋଭିଡ଼ ମହାମାରୀ ଓ ନିମୋନିଆ ସହିତ ସଂଘର୍ଷ କରିଥିଲେ । କୋଭିଡ଼ରେ ଆକ୍ରାନ୍ତ ହେବା ପରେ ତାଙ୍କର ଅନେକ ଅଙ୍ଗ ଅକ୍ଷମ ହୋଇଯାଇଥିଲା । କିମ୍ବଦନ୍ତୀ ଗାୟିକା ଲତା ୯୨ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି । କୋଭିଡ଼ରେ ଆକ୍ରାନ୍ତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Lata Mangeshkar funeral: ବାଲୁକା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ - ଲତା ମଙ୍ଗେଶକରଙ୍କୁ ବାଲୁକା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ
ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ନିଧନରେ ବାଲୁକା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ । ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳୀ । ଅଧିକ ପଢନ୍ତୁ
Lata Mangeshkar funeral: ବାଲୁକା ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ
ଏଭଳି ଜଣେ ଅଦ୍ବିତୀୟ କଳାକାରଙ୍କ ବିୟୋଗକୁ କିଛି ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସମୁଦ୍ର ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର ମାଧ୍ୟମରେ ତାଙ୍କୁ ଏହି ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ