ଓଡିଶା

odisha

By

Published : Oct 31, 2020, 10:43 PM IST

ETV Bharat / state

ବାଲୁକା କଳାରେ ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜନ୍ମ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଏହି ଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

sand art on sardar patel in puri
ବାଲୁକା କଳାରେ ରାଷ୍ଟ୍ରୀୟ ଏକତା ଦିବସର ଶୁଭେଚ୍ଛା

ପୁରୀ: ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜନ୍ମ ଜୟନ୍ତୀ । 2014 ମସିହାରୁ ସାରା ଦେଶ ଏହି ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଅଛି । ଦେଶ ଗଠନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ତ୍ୟାଗ, ନିଷ୍ଠା ବିଷୟରେ ଦେଶର ଯୁବ ପିଢ଼ିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଏହି ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବାଲୁକା କଳାରେ ରାଷ୍ଟ୍ରୀୟ ଏକତା ଦିବସର ଶୁଭେଚ୍ଛା

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ସୁଦର୍ଶନ ତିଆରି କରିଥିବା ବଲୁକା କଳାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମାକୁ ସ୍ଥାନ ଦେଇ ସେ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାକୁ ୫ ଟନ୍‌ ବାଲିରେ ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ । ଏହା ସହ ଦେଶର ଏକତା ରକ୍ଷା ଲାଗି ସମସ୍ତେ ଆଗେଇ ଆସିବାକୁ ଏହି ବାଲୁକା କଳା ମାଧ୍ୟମରେ ଆହ୍ବାନ ଦିଆଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details