ଓଡିଶା

odisha

ETV Bharat / state

ଭାରତ ବନ୍ଦ: ପୁରୀରେ ରେଳ ଚଳାଚଳ ସ୍ବାଭାବିକ - train running start in puri

ପୁରୀରେ ସ୍ବାଭାବିକ ହେଲା ରେଳ ଚଳାଚଳ ସୁବିଧା । ବନ୍ଦ ପ୍ରଭାବରେ ସକାଳ 7 ଟା ରୁ 10 ଟା ଯାଏ ରେଳରୋକ କରାଯାଇଥିଲା । ମାତ୍ର ଆନ୍ଦୋଳନକାରୀଙ୍କୁ ଗିରଫ ପରେ ଟ୍ରେନ ଚଳାଚଳ ପୁରୀରେ ସ୍ବାଭାବିକ ହୋଇଛି।

train running start
ପୁରୀରେ ରେଳ ଚଳାଚଳ ସ୍ବାଭାବିକ

By

Published : Jan 8, 2020, 3:58 PM IST

ପୁରୀ: ସ୍ବାଭାବିକ ହେଲା ପୁରୀରେ ରେଳ ଚଳାଚଳ । ସର୍ବଭାରତୀୟ ଶ୍ରମିକ ସଙ୍ଗଠନର 24 ଘଣ୍ଟିଆ ଧର୍ମଘଟ ପ୍ରଭାବ ରେଳ ସେବା ଉପରେ ମଧ୍ୟ ଦେବାକୁ ମିଳିଛି। ବନ୍ଦ ପ୍ରଭାବରେ ସକାଳ 7 ଟା ରୁ 10 ଟା ଯାଏ ରେଳ ରୋକ କରାଯାଇଥିଲା । ମାତ୍ର ଆନ୍ଦୋଳନକାରୀଙ୍କୁ ଗିରଫ ପରେ ଟ୍ରେନ ଚଳାଚଳ ପୁରୀରେ ସ୍ବାଭାବିକ ହୋଇଛି। ଫଳରେ ଷ୍ଟେସନରେ ଅଟକି ରହିଥିବା ଅନେକ ଯାତ୍ରୀ ଟ୍ରେନରେ ଯିବା ପାଇଁ ସକ୍ଷମ ହୋଇଛନ୍ତି।

ପୁରୀରେ ରେଳ ଚଳାଚଳ ସ୍ବାଭାବିକ

ଅନ୍ୟପଟେ କିନ୍ତୁ ପୁରୀରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅନେକ ଯାତ୍ରୀ ବସ ଯୋଗେ ଯିବା ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଅଳ୍ପ କିଛି ଦୋକାନ ବଜାର ସକାଳେ ବନ୍ଦ ଥିବାବେଳେ ମଧ୍ୟାହ୍ନ ପରଠୁ ଖୋଲୁଥିବା ଦେଖିବାକୁ ମିଳୁଛି । ଆନ୍ଦୋଳନକାରୀ ମାନେ ବିଭିନ୍ନ ସରକାରୀ ଅଫିସ ଯାଇ ପିକେଟିଂ କରି ଅଫିସ ବନ୍ଦ ନେଇ ଉଦ୍ୟମ କରିଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ 4 ପ୍ଲାଟୁନ ପୋଲିସ ଫୋର୍ସ ପୁରୀ ସହରରେ ମୁତୟନ କରାଯାଇଛି ।

ପୁରୀରୁ ଶକ୍ତିକାନ୍ତ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details