ପୁରୀ:କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ସିରିଜ ଦୁର୍ଘଟଣା । ଭୟଙ୍କର ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ । ମେରାଇନ ଡ୍ରାଇଭ ରୋଡର ମୁଦୁଲି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରାଭେରା, ବାଇକ ଏବଂ ଅଟୋ ଚୁରମାର ହୋଇଥିବା ସୂଚନା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ୧୫ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨ଜଣଙ୍କ ମଧ୍ୟରୁ ଜଣେ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକ ହୋଇଥିବା ସୂଚନା ରହିଛି ।
ସୂଚନାଅନୁସାରେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତ୍ତୋର ଓ ନେଲୋର୍ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିଲେ । ଏହି ସମୟରେ ପୁରୀ-କୋଣାର୍କ ବେଳାମାର୍ଗରେ ଟ୍ରାଭେରା, ବାଇକ, ଅଟୋ ସିରିଜ ଦୁର୍ଘଟଣା ଘଟିଛି। ପ୍ରଥମେ ଘନଶ୍ୟାମ ହେମଲତା କଲେଜ ନିକଟରେ ବାଇକର ଚକ ଫାଟିଯାଇଥିଲା । ଫଳରେ ବାଇକଟି ଭାରସାମ୍ୟ ହରାଇ ପୁରୀରୁ ଆସୁଥିବା ଅଟୋ ସହ ମୁହାଁମୁହିଁ ହୋଇଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରାଭେଟା ମଧ୍ୟ ପିଟି ହୋଇଯାଇଥିଲା । ଫଳରେ ଅଟୋଟି ଓଲଟି ପଡିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ରୁଣ୍ଡ ହୋଇଥିଲେ । ଦୁର୍ଘଟଣାରେ ମୋଟ ୧୭ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: DD college upgraded to university: କେନ୍ଦୁଝରକୁ ଭେଟି, ଡିଡି କଲେଜ ହେଲା ବିଶ୍ବବିଦ୍ୟାଳୟ