ଓଡିଶା

odisha

ETV Bharat / state

ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ପୁରୀବାସୀ: ସରୁନି ଶ୍ରୀସେତୁ, ରେଲୱେ ଓଭର ବ୍ରିଜ କାମ, ବଢୁଛି ଅସନ୍ତୋଷ - ଶୀସେତୁ ନିର୍ମାଣ

କେବେ ଶେଷ ହେବ ଶ୍ରୀସେତୁ ଓ ସିଦ୍ଧମହାବୀର ରେଲୱେ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟ ? କେବେ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବେ ପର୍ଯ୍ୟଟକ ଓ ପୁରୀବାସୀ ? ଦୁଇ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟରେ ଶିଘ୍ର ସାରିବାକୁ ଦାବି । ଅଧିକ ପଢନ୍ତୁ

ଦୁଇ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ହନ୍ତସନ୍ତ ଲୋକେ
ଦୁଇ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ହନ୍ତସନ୍ତ ଲୋକେ

By

Published : Aug 8, 2023, 9:37 PM IST

ଦୁଇ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ, ହନ୍ତସନ୍ତ ଲୋକେ

ପୁରୀ:ପୁରୀ ସହର ରେ ବଢ଼ୁଛି ଟ୍ରାଫିକ ସମସ୍ୟା । ଦୀର୍ଘ ଦିନଧରି ଜାରି ରହିଥିବା ପୁରୀର ଦୁଇ ଗୁରୁତ୍ବପୁର୍ଣ ପ୍ରକଳ୍ପ କାର୍ଯ୍ୟ ଶିଘ୍ର ସାରିବାକୁ ଦାବି । ପୁରୀ ମଙ୍ଗଳାଘାଟ ବାଇପାସରୁ ସିଧାସଳଖ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ସଂଯୋଗ କରୁଥିବା ଶ୍ରୀସେତୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ରଥଯାତ୍ରା ପୂର୍ବରୁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଟାର୍ଗେଟ ରଖାଯାଇଥିଲା। ତେବେ ଠିକା ସଂସ୍ଥାର ବିଳମ୍ବିତ କାର୍ଯ୍ୟ ଯୋଗୁଁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେବାରେ ଲାଗିଥିବା ଅଭିଯୋଗ କରିଛନ୍ତି ସହରବାସୀ ।

ଶୀସେତୁ ନିର୍ମାଣ ଉଦ୍ଦେଶ୍ୟ: ପୁରୀକୁ ଆସୁଥିବା ଯାତ୍ରୀମାନେ ଯେଭଳି ଟ୍ରାଫିକ ସମସ୍ୟାରେ ନପଡିବେ ସେଥିପାଇଁ ଏହି ଶ୍ରୀସେତୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ କରାଯାଉଛି । ବିଶେଷ କରି ଚାରିଚକିଆ ଯାନରେ ଆସୁଥିବା ଯାତ୍ରୀମାନେ ବାଟ ଗାଁ ଛକରୁ ମଙ୍ଗଳାଘାଟ ବାଇପାସ୍ ରାସ୍ତାରେ ଆସି ଏହି ଶ୍ରୀସେତୁ ବ୍ରିଜ୍ ଯୋଗେ ସିଧାସଳଖ ବଡ଼ଦାଣ୍ଡରେ ଥିବା ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚି ପାରିବେ। ସେଠାରେ ଚାଲିଥିବା ବହୁତଳ ବିଶିଷ୍ଟ ପାର୍କିଂରେ ଗାଡି ରଖିପାରିବେ। ଏହାଦ୍ବାରା ବାଟ ମଙ୍ଗଳା ଠାରୁ ମେଡିକାଲ ଛକ ଯାଏଁ ରାସ୍ତା ଗହଳି କମ୍ ରହିବା ସହ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଯାତାୟାତରେ ଅସୁବିଧା ଭୋଗିବେ ନାହିଁ। ୧୬୧ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପକାର୍ଯ୍ୟ ତୁରନ୍ତ ସାରିବାକୁ ସହରବାସୀ ଦାବି କରିଛନ୍ତି।
ଅନ୍ୟପଟେ ଶ୍ରୀସେତୁ ଭଳି ପୁରୀ ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଠିକାଦାର ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ବିଳମ୍ବ ହେବାରେ ଲାଗିଥିବା ଅଭିଯୋଗ ହୋଇଛି । ଏହି ଓଭର ବ୍ରିଜ୍ ନିର୍ମାଣ ନେଇ ଜମି ଅଧିଗ୍ରହଣ ସରିଥିବା ବେଳେ ବିସ୍ଥାପିତଙ୍କୁ ମଧ୍ୟ ସମସ୍ତ କ୍ଷତିପୂରଣ ଦିଆଯାଇଛି ।

ସିଦ୍ଧମହାବୀର ରେଳ ଓଭର ବ୍ରିଜର ଅବଶ୍ୟକତା: ପୁରୀରୁ କୋଣାର୍କ ମୁଖ୍ୟ ରାସ୍ତାରେ ରହିଛି ସିଦ୍ଧମହାବୀର ରେଳ ଫାଟକ। ପୁରୀ ଏକ ବ୍ୟସ୍ତ ବହୁଳ ଟ୍ରେନ୍ ରୁଟ୍ ହୋଇଥିବାରୁ ଦୈନିକ ଅନେକ ଟ୍ରେନ୍ ପୁରୀ ଆସୁଥିବାରୁ ଅଧିକାଂଶ ସମୟରେ ସିଦ୍ଧମହାବୀର ରେଳ ଫାଟକ ପଡ଼ି ରହୁଛି । ଫଳରେ ପୁରୀ - କୋଣାର୍କ ଯାଉଥିବା ଯାତ୍ରୀ ବେଶ୍ ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ସ୍କୁଲ୍, ଅଫିସ, ମେଡ଼ିକାଲକୁ ଯିବା ପାଇଁ ପ୍ରତ୍ୟେକ ଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ସହରବାସୀ ।

ଅଧିକ ପଢନ୍ତୁ: ଆସିଲା ରହିତାଦେଶ, ଅଟକିଲା ପ୍ରଶାସନର ଜବରଦଖଲ ଉଛେଦ ପ୍ରକ୍ରିୟା

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତେବେ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଶ୍ରୀସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ ଶିଘ୍ର ଏହା ଶେଷ ହେବ ।’’


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details