ଓଡିଶା

odisha

ETV Bharat / state

ଇକୋ ରିଟ୍ରିଟକୁ ଆସିବାକୁ ହେଲେ ପର୍ଯ୍ୟଟକଙ୍କୁ କରିବାକୁ ପଡିବ କୋଭିଡ ଟେଷ୍ଟ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଇକୋ ରିଟ୍ରିଟକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କର ହେବ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ...

ଇକୋ ରି ଟ୍ରିଟକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କର ହେବ କୋଭିଡ ଟେଷ୍ଟ
ଇକୋ ରି ଟ୍ରିଟକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କର ହେବ କୋଭିଡ ଟେଷ୍ଟ

By

Published : Nov 5, 2020, 11:44 AM IST

ପୁରୀ: ଗତବର୍ଷ ଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କୋଣାର୍କ ନିକଟସ୍ଥ ବେଳାଭୂମିରେ ଡିସେମ୍ବର ପ୍ରଥମ ସପ୍ତାହରୁ ଫେବୃଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ 3 ମାସ ଧରି ଇକୋ ରିଟ୍ରିଟ ଅୟୋଜନ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ନିଜସ୍ବ ଉଦ୍ୟମରେ ମଧ୍ୟ କିଛି ବ୍ୟବସ୍ଥା କରିବ।

ଇକୋ ରି ଟ୍ରିଟକୁ ଆସିବାକୁ ଥିବା ପର୍ଯ୍ୟଟକଙ୍କର ହେବ କୋଭିଡ ଟେଷ୍ଟ

କୋଣାର୍କ ଇକୋ ରିଟ୍ରିଟ ସ୍ଥଳରେ ପର୍ଯ୍ୟଟନ ବିଭାଗ କୋରୋନା ଗାଇଡ ଲାଇନ ଅନୁଯାୟୀ ବ୍ୟବସ୍ଥା କରୁଥିବା ବେଳେ, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ହେଲଥ ଟିମ ମୁତୟନ ରହିବେ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି।

କୋରୋନା ପରୀକ୍ଷା ଓ ଆବଶ୍ୟକ ସ୍ଥଳେ କୋରୋନା ଚିହ୍ନଟ ପର୍ଯ୍ୟଟକଙ୍କ ଚିକିତ୍ସା ନିମନ୍ତେ କୋଭିଡ ହସ୍ପିଟାଲରେ ଶଯ୍ୟା ବ୍ୟବସ୍ଥା ହେବା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details