ବ୍ରହ୍ମଗିରି: ସାତପଡାରେ ପର୍ଯ୍ୟଟକଙ୍କୁ ଲୁଟ । ପର୍ଯ୍ୟଟକଙ୍କୁ ଲୁଟୁଛନ୍ତି ଦଲାଲ । ଡଙ୍ଗା ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଟଙ୍କା ନେଇ ଠକୁଛନ୍ତି ପର୍ଯ୍ୟଟକଙ୍କୁ । ଯଦି ଏଥିରେ ପ୍ରଶାସନ କୌଣସି ପଦକ୍ଷେପ ନନିଏ ଆସନ୍ତା 28 ତାରିଖରୁ ସାତପଡାକୁ ବନ୍ଦ କରିଦିଆଯିବ । ଏଭଳି ଚେତାବନୀ ଦେଇଛନ୍ତି ଚିଲିକା ଆବାହକ ଫାଲଗୁନି ଜାଲି ଓ ସଭାପତି କୃତିବାସ ଦଳାଇ ।
ପୁରୀ ଜିଲ୍ଲା ସାତପଡ଼ା ଚିଲିକା ଓ ଇରାୱାଡି ଡଲଫିନ ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତ ଋତୁରେ ଦେଶ ବିଦେଶର ରଙ୍ଗବେରଙ୍ଗ ଚଢେଇ ପର୍ଯ୍ୟଟକମାନଙ୍କୁ ଚିଲିକା ଆସିବା ପାଇଁ ଆକୃଷ୍ଟ କରିଥାଏ । ଏହି ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଇଛି । ଚିଲିକା ଓ ଡଲଫିନ ଦେଖିବା ପାଇଁ ସରକାର ଡଙ୍ଗା ଧାର୍ଯ୍ୟ ମୂଲ୍ୟ 2200 ଟଙ୍କା କରାଯାଇଛି । ହେଲେ ସ୍ଥାନୀୟ କିଛି ଦଲାଲ ଏହି ନିୟମକୁ ଫୁ କରି 4000 ରୁ 5000 ଟଙ୍କା ପର୍ଯ୍ୟଟକମାନଙ୍କ ଠାରୁ ଲୁଟିଛନ୍ତି ଅଭିଯୋଗ ଆସିଛି । ଏପରିକି ଏଥିରେ ସ୍ଥାନୀୟ ପୋଲିସ ସହାୟତାରେ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି ।