ଓଡିଶା

odisha

ETV Bharat / state

ମାଲେସିଆ ଜାହାଜ ପାଖରେ ପର୍ଯ୍ୟଟକଙ୍କ ଭିଡ

ମାଲେସିଆ ଜାହାଜ ପାଖରେ ପର୍ଯ୍ୟଟକଙ୍କ ଭିଡ । ପ୍ରତିଦିନ ଜାହାଜକୁ ଦେଖିବା ଲାଗି ଚିଲିକା ରାଜହଂସ ପାଖରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ ହୋଇ ଏଠାରେ ଲାଗିଥିବା ଜାହାଜଟି ଧୀବର ଓ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ହୋଇଥିବାବେଳେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟଛି।

By

Published : Sep 3, 2019, 5:28 PM IST

ଡିଜାଇନ ଫଟୋ

ବ୍ରହ୍ମଗିରି: ମାଲେସିଆ ଜାହାଜ ପାଖରେ ପର୍ଯ୍ୟଟକଙ୍କ ଭିଡ । ପ୍ରତିଦିନ ଏହାକୁ ଦେଖିବା ଲାଗି ଚିଲିକା ରାଜହଂସ ପାଖରେ ଶତାଧିକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି । ଦୁର୍ଘଟଣାଗ୍ରସ୍ତ ହୋଇ ଏଠାରେ ଲାଗି ଥିବା ଜାହାଜଟି ଧୀବର ଓ ପରିବେଶବିତ୍‌ଙ୍କ ଚିନ୍ତାର କାରଣ ହୋଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣ ପାଲଟିଛି। ଯାହାକୁ ହାତ ଛଡା କରୁନାହାଁନ୍ତି ଚିଲିକା ବୁଲି ଆସୁଥିବା ପର୍ଯ୍ୟଟକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ପାଖାପାଖି ଏକ ମାସ ହେବ ମାଲେସିଆର ମାଲବାହୀ ଜାହାଜଟି ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଛି । ଯାହା ସ୍ଥାନୀୟ ଡଙ୍ଗା ଚାଳକଙ୍କୁ ଭଲ ଦୁଇପଇସା ରୋଜଗାର ଦେଉଛି । ସେପଟେ ଜାହାଜ ସୁରକ୍ଷା ଦାୟିତ୍ବରେ ଥିବା ନିକଟସ୍ଥ ଖିରିସାହି ଗ୍ରାମର ଲୋକେ ଏଠାରେ ତମ୍ବୁ କରି ରହିବା ସହ ସୁରକ୍ଷା ପାଇଁ ଜାହାଜ ମାଲିକ ଠାରୁ ମୋଟା ଅଙ୍କରେ ଅର୍ଥ ପାଉଛନ୍ତି।

କହିବାକୁ ଗଲେ ଯେଉଁଠାରେ ଦିନେ ମାଛି ଉଡୁଥିଲେ ସେଠାରେ ଦୁର୍ଘଟଣାଗ୍ରସ୍ତ ଜାହାଜ ପାଇଁ ଜନଗହଳି ଦେଖିବାକୁ ମିଳୁଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details