ପୁରୀ: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳାଯାଇ ସାଧା ପଥର ଲଗାଯିବା ଘଟଣାରେ ତେଜୁଛି ଅସନ୍ତୋଷ । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ କୋଣାର୍କ ଆସି ସ୍ଥିତି ପରଖିଛନ୍ତି ।
ସାଧା ପଥର ପ୍ରସଙ୍ଗ; ସ୍ଥିତି ପରଖିବାକୁ କୋଣାର୍କରେ ସଂସ୍କୃତି ସଚିବ - state cultural secretary visited to konark
ମରାମତି ନାମରେ କୋଣାର୍କ ମନ୍ଦିରରେ ପଥର ବଦଳା ଯିବା ପ୍ରସଙ୍ଗ । କୋଣାର୍କ ଆସି ମନ୍ଦିରର ସ୍ଥିତି ପରଖିଛନ୍ତି ରାଜ୍ୟ ସଂସ୍କୃତି ସଚିବ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....
ସାଧା ପଥର ଲଗାଯିବା ପ୍ରସଙ୍ଗ, ସ୍ଥିତି ପରଖିବାକୁ କୋଣାର୍କରେ ସଂସ୍କୃତି ସଚିବ
ଏଏସଆଇ ହାତକୁ କୋଣାର୍କ ମନ୍ଦିର ଦାୟିତ୍ବ ଯିବାରେ ସଂସ୍ଥା ସନ୍ତୋଷ ଜନକ ଭାବେ ମନ୍ଦିରର ସଂରକ୍ଷଣ କରୁଛି କି ନାହିଁ ତାହା ବୁଲି ଦେଖିଛନ୍ତି ରାଜ୍ୟ ସଂସ୍କୃତି ସଚିବ । ସେହିପରି କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ପଥର ପରିବର୍ତ୍ତେ ଲାଗି ଥିବା ସାଧା ପଥର କେଉଁଠି ଲାଗିଛି ଏବଂ ଏଏସଆଇ ଏହାକୁ ଲଗାଇଛି କି ନାହିଁ ତାହାର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ସେ । ଏନେଇ ସେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ