ପୁରୀ: ଜିଲ୍ଲା କୋଣାର୍କ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ପାରିପାର୍ଶ୍ୱକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର (Ramachandi Temple Beautification Project Foundation) ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ(Tourism Minister Jyoti Prakash Panigrahi) ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା(Sports Minister Tusharkanti Behera) । 16.98 କୋଟି ବ୍ୟୟରେ ରାମଚଣ୍ଡୀ ପରିପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ଶିଳାନ୍ୟାସ କରାଯାଇଛି ।
ମା' ରାମଚଣ୍ଡୀ ପୀଠ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ପର୍ଯ୍ୟଟନ ମନ୍ତ୍ରୀ
ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ପାରିପାର୍ଶ୍ୱକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ । ଅଧିକ ପଢନ୍ତୁ
ଏହି ପ୍ରସ୍ତାବିତ ବିକାଶ କାର୍ଯ୍ୟ ରାମଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ କରି ଲୋଟସ ରିସର୍ଟ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରିବା ସହିତ ଯାନବାହନ ରହଣି ସ୍ଥଳୀ, ଭେଣ୍ଡିଂ ଜୋନ, ପିଲାମାନଙ୍କ ଖେଳ ସ୍ଥାନ, ଆଶ୍ରୟସ୍ଥଳୀ, ବସିବା ବ୍ୟବସ୍ଥା, ରାସ୍ତା ପାର୍ଶ୍ଵରେ ଆଲୋକୀକରଣ ଏବଂ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିଯାଇଛି l କିଭଳି ଅଧିକ ମାତ୍ରାରେ ପର୍ଯ୍ୟଟକ ଆକୃଷ୍ଟ ହେବେ, ସେଥିପାଇଁ ଗୁରୁତ୍ବାରୋପ ଦିଆଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।
ଏପଟେ ରାମଚଣ୍ଡୀର ବିକାଶ ହେଲେ କୋଣାର୍କ ରାମଚଣ୍ଡୀ ଅଞ୍ଚଳର ବିକାଶ ହେବା ସହିତ ଦୋକାନୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅର୍ଥନୀତି ଦୃଷ୍ଟିରୁ ଫାଇଦା ପାଇବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ବିକାଶ କାର୍ଯ୍ୟ ନେଇ 16.98 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ 6 ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ