ଓଡିଶା

odisha

ETV Bharat / state

ଆରମ୍ଭ ହେଲା ପର୍ଯ୍ୟଟନ ସମ୍ମିଳନୀ, କୋଣାର୍କ ବୁଲିରେ 8 ରାଜ୍ୟର ମନ୍ତ୍ରୀ - tourism festival inaugurated in konark

ଉଦଘାଟିତ ହୋଇଛି ଦୁଇ ଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ । ଯାହାକୁ ଉଦଘାଟନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

tourism festival i
ଆରମ୍ଭ ହେଲା ପର୍ଯ୍ୟଟନ ସମ୍ମିଳନୀ, କୋଣାର୍କ ବୁଲିରେ ବିଭିନ୍ନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ

By

Published : Jan 23, 2020, 11:27 PM IST

ପୁରୀ: ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ କୋଣାର୍କରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଯାହାକୁ ଉଦଘାଟନ କରିଛନ୍ତି ରାଜ୍ୟପାଳ ଗଣେଣୀ ଲାଲ । ଏଥିରେ ୮ଟି ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଯୋଗ ଦେଇଛନ୍ତି। ତେବେ ପ୍ରଥମେ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ ବୁଲି ଦେଖିଥିଲେ ପ୍ରତିନିଧି ମାନେ ।

ଆରମ୍ଭ ହେଲା ପର୍ଯ୍ୟଟନ ସମ୍ମିଳନୀ, କୋଣାର୍କ ବୁଲିରେ ବିଭିନ୍ନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ

ଏଥିରେ ଏଏସଆଇ ଡେପୁଟି ଡିଜି ମଧ୍ୟ ଯୋଗଦେଇଥିଲେ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟର ଉନ୍ନୟନ ପାଇଁ ଯେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେହିପରି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଇକୋ ଟୁରିଜିମ୍ କ୍ଷେତ୍ରରେ କଣ କରାଗଲେ ଓଡିଶାର ପଦକ୍ଷପକୁ ଅନ୍ୟ ରାଜ୍ୟ ଉଦାହରଣ ଭାବେ ଗ୍ରହଣ କରିବେ ସେନେଇ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।

ଏହି ଉଦଘାଟନ ଦିବସରେ ଗୁଜୁରାଟ ପର୍ଯ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ସଚିବ ବିଶାଳ ଦେବ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା 25 ଜଣ ପର୍ଯ୍ୟଟନ ସଚିବ ଯୋଗ ଦେଇଥିଲେ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details