ଓଡିଶା

odisha

ETV Bharat / state

ଏମାର ପରେ ବଡ ଆଖଡା ମଠ ପାଳି - ଆଖଡା ମଠର ଉଚ୍ଛେଦ

ଶନିବାର ଉଚ୍ଛେଦ ହେବ ବଡ ଆଖଡା ମଠ । ଏନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଶୁକ୍ରବାର ଆଖଡା ମଠରେ ଥିବା ଦୋକାନ ମାଲିକକୁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 30, 2019, 3:53 PM IST

ପୁରୀ: ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ବଡ ଆଖଡା ମଠର ଉଚ୍ଛେଦ ପାଳି । ଶନିବାର ଉଚ୍ଛେଦ ହେବ ବଡ ଆଖଡା ମଠ । ଏଥିପାଇଁ ମଠରେ ଥିବା ଦୋକାନ ମାଲିକକୁ ମଠ ଛାଡିବାକୁ କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅପରାହ୍ନ 4ଟା ସୁ୍ଦ୍ଧା ମଠ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲାଙ୍ଗୁଳି ମଠ ନିକଟରେ ରହିଛି ଏହି ବଡ ଆଖଡା ମଠ । ଅନ୍ୟପଟେ ଏଥିରେ ସିଂହଦ୍ବାର ଥାନା ପରିଚାଳନା ହେଉଥିବାରୁ ଏହାକୁ ବାଗେଡିଆ ଧର୍ମଶାଳାକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details