ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି: 5 ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହି ନୀତି ସମ୍ପନ୍ନ କରାଯାଏ । ଏଥିପାଇଁ 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ।

By

Published : Aug 21, 2019, 11:09 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଆଜି ଶ୍ରୀମନ୍ଦିରରେ ରାହୁ ରେଖା ଲାଗି ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହି ନୀତି ସମ୍ପନ୍ନ କରାଯାଏ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି କରାଯିବ। ଏଥିପାଇଁ 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଠାରେ ଓଲାଗି ହୋଇଥିବା ସ୍ବର୍ଣ୍ଣ ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆଜି ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି କରାଯିବ। ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଏହି ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା । ଏହି ରାହୁ ରେଖାକୁ ନୀତିକାନ୍ତି ସହ ପୁନର୍ବାର ମହାପ୍ରଭୁଙ୍କ ମସ୍ତକରେ ଆଜି ଲଗାଯିବ ।

ଏହା ଏକ ଗୁପ୍ତ ନିୟମ ହୋଇଥିବାରୁ ଶ୍ରୀମନ୍ଦିରରେ ଅପରାହ୍ନ ୨ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ତଥା 5 ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 7ଟାରେ ରାହୁରେଖା ଲାଗି ନୀତି ଶେଷ ହେବା ପରେ ମହାସ୍ନାନ କରି ଶ୍ରଦ୍ଧାଳୁଙ୍କୁ ପୁନର୍ବାର ଦର୍ଶନ ଦେବେ ମହାବାହୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details