ପୁରୀ: ଐତିହାସିକ ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀ ଆଜି ଉଚ୍ଛେଦ ହୋଇଛି । ଜେସିବି ମେସିନ ସାହାଯ୍ୟରେ ବ୍ରିଟିଶ ଅମଳର ଏହି ପୁରୁଣା ଲାଇବ୍ରେରୀକୁ ଭଙ୍ଗାଯାଇଛି ।
1921 ମସିହାରେ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାମରେ ଏହି ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ। ଏହି ଲାଇବ୍ରେରୀରେ 5 ହଜାରରୁ ଅଧିକ ପୁସ୍ତକ ରହିଥିଲା । ଏଥିରେ ବିଶ୍ବ ଇତିହାସର ବିରଳ ବହି, ବିଭିନ୍ନ ତାଳପତ୍ର ପୋଥି, ରାମାୟଣ, ବିଭିନ୍ନ ସାହିତ୍ୟ ଆଦି ପୁସ୍ତକ ରହିଥିଲା ।