ଓଡିଶା

odisha

ETV Bharat / state

ଆଜି ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ - niladribije

ଆଜି(ସୋମବାର) ହେଉଛି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ନିଳାଦ୍ରୀ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆଷାଢ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁ ଏହି ନୀତି ଆଜି(ସୋମବାର) ଅପରାହ୍ନ ସାଢେ 3ଟାରୁ 4ଟା ମଧ୍ୟରେ ଆରମ୍ଭ କରାଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jul 15, 2019, 10:42 AM IST

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି । ଗତକାଲି(ରବିବାର) ସନ୍ଧ୍ୟା ୮ଟାରୁ ଏହି ନୀତି ଆରମ୍ଭ ହୋଇ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା । ଆଜି(ସୋମବାର) ହେଉଛି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ । ନିଳାଦ୍ରୀ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆଷାଢ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବା ହେତୁ ଏହି ନୀତି ଆଜି(ସୋମବାର) ଅପରାହ୍ନ ସାଢେ 3ଟାରୁ 4ଟା ମଧ୍ୟରେ ଆରମ୍ଭ କରାଯିବ ।

ନୀତି ଆରମ୍ଭ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ଏହାସହ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା ହୋଇ ଭଗବାନଙ୍କୁ ବଡ ସିଂହାର ବେଶ କରାଯିବ । ସେହିପରି ରାତି ୧୦ଟା ସୁଦ୍ଧା ରତ୍ନବେଦୀକୁ ଶ୍ରୀଜିଉଙ୍କୁ ଅଧିଷ୍ଠିତ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାପରେ ଅର୍ଥାତ ଶେଷରେ ଆସନ୍ତାକାଲି (ମଙ୍ଗଳବାର) ୫ଟାରେ ରାତି ପହୁଡ କରାଯିବ । ଆସନ୍ତାକାଲି ମଙ୍ଗଳବାର ପୂର୍ବାହ୍ନ ୭ଟା ପରଠାରୁ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ବର୍ଜନ କରାଯିବ । ସେହିପରି ଅପରାହ୍ଣ ୪ଟା ୩୦ ଠାରୁ ରାତି ୪ଟା ୩୦ ମଧ୍ୟରେ ପାକତ୍ୟାଗ ମଧ୍ୟ କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details