ପୁରୀ: ଆଜି ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଏହି ନିଳାଦ୍ରୀ ବିଜେ ଦିନକୁ ରାଜ୍ୟରେ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ବାଲୁକା କଳାରେ ରସଗୋଲା ଦିବସ - observed
ମହାପ୍ରଭୁଙ୍କ ଏହି ନିଳାଦ୍ରୀ ବିଜେ ଦିନକୁ ରାଜ୍ୟରେ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସହିତ ରସଗୋଲାର ପ୍ରତିକୃତିକୁ ସ୍ଥାନ ଦିଆଯାଇଛି । ରସଗୋଲା ପ୍ରଥମେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି ହେଉଥିବା ସହିତ ଓଡିଶାରେ ରସଗୋଲା ଉତ୍ପତି ବୋଲି ସେ ତାଙ୍କ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି । ଏହାଛଡା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ରସଗୋଲାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Jul 15, 2019, 10:57 AM IST