ଓଡିଶା

odisha

ETV Bharat / state

କୋଭିଡ୍ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଭଷାଣି ଉତ୍ସବ, 144 ଧାରା ଜାରି

କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ପାଳିତ ହେବ ଗୋଷାଣୀ ଭଷାଣି ଉତ୍ସବ । ଏନେଇ ଦିନ ଗୋଟାଏରୁ ରାତ୍ର ଯାଏଁ ମରଚିକୋଟ ଛକଠାରୁ ସିଂହଦ୍ବାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ଅଧିକ ପଢନ୍ତୁ...

By

Published : Oct 27, 2020, 12:44 PM IST

today gosani bhasani yatra at puri with covid restriction
କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଭଷାଣି ଉତ୍ସବ

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ଗୋଷାଣୀ ଭଷାଣି ଉତ୍ସବ । କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଏକାଠି ହେବେ ଗୋଷାଣୀ ମୂର୍ତ୍ତି । ଏହା ଦେବୀସଭା ଭାବେ ପରିଚିତ।କିନ୍ତୁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରୀ କରାଯାଇଛି। କିନ୍ତୁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରୀ କରାଯାଇଛି। ଆଜି ଦିନ ଗୋଟାଏରୁ ରାତ୍ର ଯାଏଁ ମରଚିକୋଟ ଛକଠାରୁ ସିଂହଦ୍ବାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି ହେବ। ପ୍ରତ୍ୟେକ ଗୋଷାଣୀ ମୂର୍ତିରେ ଯିବାପାଇଁ ମାତ୍ର ୭ ଜଣ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ଅନୁମତି ଦେଇଛି ପ୍ରଶାସନ। ଏନେଇ ସେମାନଙ୍କୁ ପରିଚୟ ପତ୍ର ମଧ୍ୟ ଦିଆଯାଇଛି ।

କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଭଷାଣି ଉତ୍ସବ

ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ବାରା ହେଉଥିବା ୪୦ରୁ ଉର୍ଦ୍ଧ୍ଵ ଗୋଷାଣୀ ସିଂହଦ୍ବାରକୁ ଭଷାଣୀ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରାଯିବ ।

ଜିଲ୍ଲାପାଳ ବଲୱନ୍ତସିଂଙ୍କ ଅଧ୍ୟକ୍ଷତାରେ ଗତ ୨୩ ତାରିଖରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଭକ୍ତଶୂନ୍ୟ ରହିବ ବଡ଼ଦାଣ୍ଡ। ସେହିପରି ଭାଷାଣୀରେ ଶାନ୍ତି ଶୃଙ୍ଖଳା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details