ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ - nanda utsav in srimandir

ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ଜନ୍ମଖବର ପାଇ ସାରା ଗୋପପୁରବାସୀ ଉତ୍ସବ ମନାଇଛନ୍ତି । ମାତ୍ର ଚଳିତବର୍ଷ କୋରୋନା କଟକଣା ଯୋଗୁଁ ବିନା ଭକ୍ତରେ କେବଳ ନୀତିକାନ୍ତିରେ ପାଳିତ ହେଉଛି ନନ୍ଦ ଉତ୍ସବ ।

srimandir
ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ

By

Published : Aug 12, 2020, 1:50 PM IST

ପୁରୀ: ଆଜି ନନ୍ଦ ଉତ୍ସବ । ଏଥିପାଇଁ ରାଜ୍ୟର ବିଭିନ୍ନ ମନ୍ଦିର ସହ ଶ୍ରୀମନ୍ଦିରରେ ବି ମହାପ୍ରଭୁଙ୍କ ନିମନ୍ତେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆନନ୍ଦ ଉଲ୍ଲାସର ସହ ସବୁ ମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହେଉଛି । ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ଜନ୍ମଖବର ପାଇ ସାରା ଗୋପପୁରବାସୀ ଉତ୍ସବ ମନାଇଛନ୍ତି । ମାତ୍ର ଚଳିତବର୍ଷ କୋରୋନା କଟକଣା ଯୋଗୁଁ ବିନା ଭକ୍ତରେ କେବଳ ନୀତିକାନ୍ତିରେ ପାଳିତ ହେଉଛି ନନ୍ଦ ଉତ୍ସବ ।

ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ

ଗତକାଲି(ମଙ୍ଗଳବାର) ଜନ୍ମାଷ୍ଟମୀ ଥିବାବେଳେ ଆଜି(ବୁଧବାର) ଭାଦ୍ରବ କୃଷ୍ଣ ନବମୀ ଦିନ ନନ୍ଦଉତ୍ସବ ଅବସରରେ ଶ୍ରୀମନ୍ଦିରରେ ରତ୍ନସିଂହାସନାଧିଷ୍ଠିତ ଶ୍ରୀବିଗ୍ରହମାନଙ୍କୁ ମଙ୍ଗଳ ଆଳତି ସରିବା ପରେ ମହାଜନ ସେବକ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମା ସହ ମଦନ ମୋହନ ଆସି ଜଗମୋହନରେ ଥିବା ଦୋଳିରେ ବିଜେ ହୋଇଥାନ୍ତି ।

ତତ୍ପରେ ଅନ୍ୟାନ୍ୟ ନୀତି ଓ ସକାଳଧୂପ ସରିବା ପରେ ପାଳିଆ ପୁଷ୍ପାଳକ ସେବକମାନେ ଶ୍ରୀଜୀଉଙ୍କୁ ମଇଲମ କରିଥାନ୍ତି ଓ ପୂଜାପଣ୍ଡା ମହାସ୍ନାନ ନୀତି ବଢିଥାଏ । ଏହି ନୀତି ସରିବା ପରେ ପାଳିଆ ପୁଷ୍ପାଳକ ନୂଆଲୁଗା ଠାକୁର ମାନଙ୍କୁ ଲାଗି କରାଯାଇଥାଏ ।

ଘଟୁଆରୀ ଘର ଠାରୁ 3ଟି ରୂପାର ପିଙ୍ଗଣରେ ଚନ୍ଦନକୁ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ ବିଜେ କରାଇ ତାହାକୁ ସଂସ୍କାର ପୂର୍ବକ ଶ୍ରୀଜଙ୍ଗରେ ସର୍ବାଙ୍ଗଲାଗି କରାଯାଇଥାଏ । ଏହାପରେ ସେବକମାନେ ଠାକୁରମାନଙ୍କୁ ବେଶ କରାଯାଏ । ଏହି ବେଶରେ ଠାକୁରମାନେ ଛଅ ମୂର୍ତ୍ତି ଅଳଙ୍କାର ଓ କର୍ପୂର ସମେତ ସୁଭଦ୍ରାଙ୍କୁ ଆଜ୍ଞାମାଳ ଖଣ୍ଡିଏ ଲାଗିଥାଏ। ଏହାପରେ ମଧ୍ୟାହ୍ନଧୂପ ସମାପନ ହୋଇଥାଏ । ମୁଦିରସ୍ତ ସେବକ ଜଗନ୍ନାଥଙ୍କୁ ପ୍ରସାଦ ଲାଗି କରନ୍ତି । ଏହାପରେ ମଙ୍ଗଳାର୍ପଣ ଓ ବନ୍ଦାପନାନୀତି ବଢାଇଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details