ଓଡିଶା

odisha

By

Published : May 16, 2021, 2:01 PM IST

ETV Bharat / state

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ରବିବାର ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ପୁରୀ: ଆଜି(ରବିବାର)ଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କରତି ସେବକମାନେ ରଥଖଳାରେ ନିର୍ମାଣ କାର୍ଯ୍ୟ ସକାଳୁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରେ ବିଶ୍ବକର୍ମା ମହାରଣା ଲୁହାର କୁରାଢ଼ୀରେ ସ୍ପର୍ଶ ଦେଇ ରଥ ନିର୍ମାଣ କାର୍ଯ୍ୟକୁ ଅନୁକୂଳ କରିଥିଲେ। ପରେ ରଥ ଖଳାରେ ତୁମ୍ବ କାର୍ଯ୍ୟ ଆରମ୍ଭ ପାଇଁ ମାପ ସହ ଖୋଦେଇ କରିଥଲେ। ରବିବାର ସକାଳୁ ସେହି ମାପରେ ଆରମ୍ଭ ହୋଇଛି ତୁମ୍ବ ହଣା କାର୍ଯ୍ୟ । କରତି ସେବକମାନେ ଏହି କାର୍ଯ୍ୟ ରଥ ଖଳାରେ ଆରମ୍ଭ କରିଛନ୍ତି ।

ରଥ ସଂହିତା ଅନୁସାରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଭଉଁରୀ ଦିନ ତିନି ରଥର ଅଖ ଚକ ସଂଯୋଗ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ୪ ନାହାକା ଉଠିବା ପରମ୍ପରା ରହିଛି । କୋଭିଡ କଟକଣା ଅନୁସାରେ ରଥ ନିର୍ମାଣ ସେବକଙ୍କ ନୀଳାଚଳ ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଇଥିବା ବେଳେ ସେମାନଙ୍କୁ ଟୀକାକରଣ ଓ ହିନ୍ଦୀ ସ୍କୁଲରେ କୋଭିଡ ଟେଷ୍ଟ କରାଯାଉଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details