ପୁରୀ: ଆସନ୍ତାକାଲି(ମଙ୍ଗଳବାର) ପବିତ୍ର ହେରାପଞ୍ଚମୀ । ରାଗ ଜର୍ଜରିତ ମହାଲକ୍ଷ୍ମୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ । ପରେ ରଥତ୍ରୟ ଦକ୍ଷିଣ ମୋଡ଼ କରାଯିବ । ଦକ୍ଷିଣ ମୋଡ ଓ ବାହୁଡା଼ ଯାତ୍ରାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ତିନିରଥର ଯାଞ୍ଚ କରାଯାଇଛି ।
ତିନି ରଥକୁ ବୈଷୟିକ ଟିମର ଯାଞ୍ଚ: ତାଳଧ୍ଵଜ, ଦର୍ପ ଦଳନ ଚକରେ ସାମାନ୍ୟ ଫାଟ - ତାଳଧ୍ଵଜ ଦର୍ପ ଦଳନ ଚକରେ ରହିଛି ସାମାନ୍ୟ ଫାଟ
ତିନି ରଥକୁ ଯାଞ୍ଚ କଲା ବୈଷୟିକ ଟିମ୍ । ତାଳଧ୍ଵଜ, ଦର୍ପ ଦଳନ ଚକରେ ରହିଛି ସାମାନ୍ୟ ଫାଟ । କମାର ସେବକଙ୍କ ଦ୍ଵାରା ଆସନ୍ତାକାଲି ହେବ ମରାମତି । ଅଧିକ ପଢନ୍ତୁ
ତିନି ରଥକୁ ବୈଷୟିକ ଟିମର ଯାଞ୍ଚ: ତାଳଧ୍ଵଜ, ଦର୍ପ ଦଳନ ଚକରେ ସାମାନ୍ୟ ଫାଟ
ତିନି ରଥକୁ ବୈଷୟିକ ଟିମର ଯାଞ୍ଚ: ତାଳଧ୍ଵଜ, ଦର୍ପ ଦଳନ ଚକରେ ସାମାନ୍ୟ ଫାଟ
ଯାଞ୍ଚ ସମୟରେ ତିନିରଥରେ ସାମାନ୍ୟ ଫାଟ ସହ ବଳା, ଚାନ୍ଦି ଆଦି ଢିଲା ହୋଇଥିବା ନଜରକୁ ଆସିଛି । ଏହାକୁ ଆସନ୍ତା କାଲି ତିନି ରଥର ମୁଖ୍ୟ ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ଦ୍ବାରା ମରାମତି କରାଯିବ ।
ଇଟିଭି ଭାରତ, ପୁରୀ