ଓଡିଶା

odisha

ETV Bharat / state

ଭୋଳାବାବାଙ୍କ ଜଳାଭିଷେକ ପାଇଁ ଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ - କାଉଁଡିଆଙ୍କ ଭିଡ

ଶ୍ରାବଣ ମାସ ଦ୍ବିତୀୟ ସୋମବାରରେ ସମସ୍ତ ଶୈବ ପୀଠରେ ଲାଗିଛି କାଉଡିଆ ଓ ଭକ୍ତଙ୍କ ଭିଡ । ପୁରୀରେ ବାବା ଲୋକନାଥ ମନ୍ଦିରରେ ମଧ୍ୟ କାଉଡି ଧରି ହଜାର ଭକ୍ତ ପ୍ରଭୁଙ୍କୁ ଜଳାଭିଷେକ କରିବା ପାଇଁ ଜମାଇଥିଲେ ଭିଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jul 29, 2019, 12:28 PM IST

ପୁରୀ: ଶ୍ରାବଣ ମାସ ଦ୍ବିତୀୟ ସୋମବାରରେ ଜଳ ଲାଗି ନେଇ ବାବା ଲୋକନାଥଙ୍କ ପାଖରେ କାଉଡ଼ିଆଙ୍କର ଭିଡ଼ ଜମିଛି । କାଉଡି ଧରି ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ପହଞ୍ଚିଥିଲେ ଲୋକନାଥଙ୍କ ପୀଠରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ରାଜ୍ୟର କୋଣ ଅନୁକୋଣରୁ ବୋଲବମ ଭକ୍ତମାନେ ଆସି ମହାଦେବଙ୍କ ମସ୍ତକରେ ଜଳ ଲାଗି କରି ବେଶ ଆନନ୍ଦ ଲାଭ କରିଛନ୍ତି । ତେବେ ରବିବାର ମଧ୍ୟ ରାତ୍ରୀରୁ ବାବା ଲୋକନାଥଙ୍କ ଦ୍ବାର ଫିଟା ସହ ଭିତର ଶୋଧ, ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା । ସକାଳ ଧୂପ ପରେ ଜଳ ଲାଗି ଆରମ୍ଭ ହୋଇଥିଲା । ପ୍ରଭୁ ଲୋକନାଥଙ୍କ ପୀଠର ପରମ୍ପରା ଅନୁଯାୟୀ ପ୍ରଭୁ ମହାଦେବଙ୍କ ମସ୍ତକରେ 108 ଗରା ଗଙ୍ଗା ଜଳ ଲାଗି ହୋଇ ଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details