ପୁରୀ: ସାରା ବିଶ୍ୱରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କୋଭିଡ ମହାମାରୀ । ତେବେ ବିଶ୍ୱବାସୀଙ୍କ ଚିନ୍ତାର କାରଣ ହୋଇଥିବା ଏହି କୋଭିଡ ମହାମାରୀ ବିନାଶ ପାଇଁ ହଜାର ହଜାର ଦୀପ ପ୍ରଜ୍ବଳନ କରାଯାଇଛି ମହାପ୍ରଭୁଙ୍କ ନିକଟରେ । ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି ଅବସରରେ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ 3 କିଲୋମିଟର ରାସ୍ତାରେ ହଜାର ହଜାର ଦୀପ ଲଗାଯାଇଛି ।
Covid Pandemic: ମହାମାରୀରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ରରେ ଜଳିଲା ହଜାର ହଜାର ଦୀପ - lit of diya for Covid Pandemic
ସାରା ବିଶ୍ବକୁ କୋରୋନା କବଳରୁ ରକ୍ଷା କରିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ ଦୀପ ପ୍ରଜ୍ବଳନ କରଯାଇଛି । ଅଧିକ ପଢନ୍ତୁ
ବିଶ୍ୱକୁ କୋଭିଡ ମହାମାରୀରୁ ମୁକ୍ତି ନେଇ ଶ୍ରୀକ୍ଷେତ୍ରରେ ଜଳିଲା ହଜାର ହଜାର ଦୀପ
ବିଶ୍ୱକୁ କୋଭିଡ ମହାମାରୀରୁ ମୁକ୍ତି ନେଇ ଶ୍ରୀକ୍ଷେତ୍ରରେ ଜଳିଲା ହଜାର ହଜାର ଦୀପ
ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ପୁରୀ ସହରର ଅନେକ ବୁଦ୍ଧିଜୀବୀ, ମନ୍ୟଗଣ୍ୟ ବ୍ୟକ୍ତି, ବଡ଼ଦାଣ୍ଡରେ ଥିବା ବିଭିନ୍ନ ବ୍ୟବସାୟୀ ମାନେ ଏହି ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ ସାରା ବିଶ୍ୱବାସୀଙ୍କୁ କୋଭିଡ ମହାମାରୀରୁ ମୁକ୍ତି ଦେବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ