ଓଡିଶା

odisha

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ରାଜସ୍ଥାନ ବୁଲିଯିବେ ପୁରୀରୁ ୧୫୯ ଜଣ ବରିଷ୍ଠ ନାଗରିକ

By

Published : Dec 20, 2022, 9:37 AM IST

ତୀର୍ଥଯାତ୍ରା ଯୋଜନାରେ ୨୦୨୨-୨୩ ବର୍ଷ ପାଇଁ ପୁରୀ ଜିଲ୍ଲାର ୧୫୯ ଜଣ ବରିଷ୍ଠ ନାଗରିକ ରାଜସ୍ଥାନ ପରିଭ୍ରମଣରେ ଯିବେ । ଏହା ପୂର୍ବରୁ ପୁରୀରେ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

tirtha yatra yojana
tirtha yatra yojana

ପୁରୀ:ରାଜ୍ୟର ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେବା ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି । ୨୦୨୨-୨୩ ବର୍ଷ ପାଇଁ ପୁରୀ ଜିଲ୍ଲାର ୧୫୯ ଜଣ ବରିଷ୍ଠ ନାଗରିକ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଯାତ୍ରା ୨୦୨୩ ମସିହା ମାର୍ଚ୍ଚ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ କରିବା ପାଇଁ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ବୈଠକର ଅଧ୍ୟକ୍ଷତା କରି ତୀର୍ଥଯାତ୍ରାରେ ଯିବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କୁ ନିୟମାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଆବେଦନ ପାଇଁ ବିଭିନ୍ନ ଅଧିକାରୀ,ବିଡ଼ିଓ, ତହସିଲଦାର ଓ ସିଡିପିଓ ମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ।

ଆଗ୍ରହୀ ବରିଷ୍ଠ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ୭୫ ବର୍ଷରୁ କମ ହେବା ବାଧ୍ୟତାମୂଳକ। ଏଥିସହ ସେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ,ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବେ। ୭୦ ବର୍ଷ ରୁ ୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଜଣେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ସହାୟକ ଭାବେ ଯାଇ ପାରିବେ। ତେବେ ସହାୟକଙ୍କୁ ଗସ୍ତ ଖର୍ଚ୍ଚର ଅଧା ଅର୍ଥ ବହନ କରିବାକୁ ପଡିବ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ପୂରଣ କରି ନିଜ ଫଟୋ,ସ୍ଥାୟୀ ଠିକଣାର ପ୍ରମାଣ ପତ୍ର, ଆଧାର କାର୍ଡର ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣ ପତ୍ର ସଂଲଗ୍ନ କରି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ।

ଏହା ମଧ୍ୟ ପଢନ୍ତୁ-ଆଠ ଯୋଡା ଟ୍ରେନରେ ସ୍ଥାୟୀ ଭାବେ ଲାଗିବ ଅତିରିକ୍ତ କୋଚ, ଦେଖନ୍ତୁ ତାଲିକା

www.dot.odishatourism.gov.in ରେ ଫର୍ମ ଉପଲବ୍ଧ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ ସୂଚନା ଦେଇଥିଲେ। ସେହିପରି ୨୦୧୯-୨୦ ବର୍ଷର ତୀର୍ଥଯାତ୍ରା ପାଇଁ ୧୪୬ ଜଣ ବରିଷ୍ଠ ନାଗରିକ ୨୦୨୩ ଜାନୁଆରୀ ୨୭ ରୁ ଆହ୍ଲାବାଦ ଓ ବନାରସ ଗସ୍ତରେ ଯିବେ ବୋଲି ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଥିଲେ। ଏଥିରେ ଏଡିଏମ ଓ ଡା ବିରଜା ଶଙ୍କର ରଥ, ପୋଲିସ ଡିଏସପି ଅଶ୍ରିତା ପରମିତା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details