ଓଡିଶା

odisha

ETV Bharat / state

ତୃତୀୟ ଥର ହେବ ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ - ପୁରୀ ସେବାୟତଙ୍କ ତୃତୀୟ କୋଭିଡ୍ ଟେଷ୍ଟ

ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ସେବାୟତଙ୍କ ପରୀକ୍ଷା କରାଯିବ । ପରେ ଅନ୍ୟ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ । ଅଧିକ ପଢନ୍ତୁ...

ତୃତୀୟ ଥର ହେବ ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ
ତୃତୀୟ ଥର ହେବ ପୁରୀ ସେବାୟତଙ୍କ କୋଭିଡ୍ ଟେଷ୍ଟ

By

Published : Jul 10, 2020, 7:08 PM IST

ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତୃତୀୟ ଥର ସମସ୍ତ ସେବାୟତଙ୍କ ହେବ କୋରୋନା ଟେଷ୍ଟ । ରଥଯାତ୍ରାରେ ନିୟୋଜିତ ଥିବା ସେବାୟତଙ୍କ ଶନିବାର ଠାରୁ ଆଉ ଥରେ କରାଯିବ କୋଭିଡ୍ ଟେଷ୍ଟ । ପୂର୍ବରୁ ସେମାନଙ୍କ 2 ଥର ଟେଷ୍ଟ ହୋଇସାରିଛି ।

ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ସେବାୟତଙ୍କ ପରୀକ୍ଷା କରାଯିବ । ପରେ ଅନ୍ୟ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହେବ । ସେବାୟତଙ୍କ ଟେଷ୍ଟ କରି ସମସ୍ତ ଘୋଷଯାତ୍ରା ସମ୍ପର୍କିତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ ହେବ ।

ରଥଯାତ୍ରା ପୂର୍ବରୁ ଥରେ ସେବାୟତଙ୍କ କୋଭିଡ ଟେଷ୍ଟ ହୋଇଥିବାବେଳେ ବାହୁଡା ଯାତ୍ରା ପୂର୍ବରୁ ଦ୍ବିତୀୟ ଥର ହୋଇଥିଲା । ଏବେ ଘୋଷଯାତ୍ରା ପରେ ତୃତୀୟ ଥର ପାଇଁ ଟେଷ୍ଟ ହେବ । ୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଏହି ପରୀକ୍ଷା ଚାଲିବ । ଯେହେତୁ ସେବାୟତମାନେ ରଥଯାତ୍ରାରେ ନିୟୋଜିତ ଥିଲେ ତେଣୁ ସେମାନଙ୍କ ପରିବାରର ସୁରକ୍ଷାକୁ ନଜର ରଖି ଏହି ଟେଷ୍ଟ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details