ପୁରୀ: ଜିଲ୍ଲାର ବିକାଶ ପାଇଁ ଜନସାଧାରଣ ଓ ଗଣମାଧ୍ୟମର ସହଯୋଗ ଲୋଡିଲେ ଜିଲ୍ଲାପାଳ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ଏହି କାର୍ଯ୍ୟରେ ଗଣମାଧ୍ୟମ ଓ ଜନ ସାଧାରଣଙ୍କ ସହଯୋଗ ଲୋଡିଛନ୍ତି ପୁରୀ ଜିଲ୍ଲାପାଳ ।
ପୁରୀର ବିକାଶ ପାଇଁ ଜନସାଧାରଣ ଓ ଗଣମାଧ୍ୟମର ଆବଶ୍ୟକତା ରହିଛି: ଜିଲ୍ଲାପାଳ
ପୁରୀର ବିକାଶ ପାଇଁ ଜନସାଧାରଣ ଏବଂ ଗଣମାଧ୍ୟମର ସହଯୋଗ ଆବଶ୍ୟକତା ରହିଛି । ସମସ୍ତଙ୍କର ସହଯୋଗ ରହିଲେ ପୁରୀ ଏକ ଐତିହ୍ୟ ସହରର ମାନ୍ୟତା ପାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ...
ଆସନ୍ତା ଜୁନରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସମସ୍ତେ ସହଯୋଗ କଲେ ଏହି କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲାପାଳ ସମର୍ଥ ବର୍ମା କହିଛନ୍ତି । ଚିଲିକା, କୋଣାର୍କ, ଅସ୍ତରଙ୍ଗ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ପାଇଁ ଅନେକଗୁଡ଼ିଏ ପ୍ରକଳ୍ପ ଚାଲିଛି । ଅସ୍ତରଙ୍ଗର ଜାହାନିଆ, କୋଣାର୍କର ଚନ୍ଦ୍ରଭାଗା ଓ ପୁରୀରେ ଆଉ ଦୁଇଟି ବ୍ଲୁ ଫ୍ଲାଗ ବିଚ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି । ପ୍ରଶାସନିକ ଅଧିକାରୀ, ପ୍ରକଳ୍ପ ସହ ଜଡ଼ିତ ସମସ୍ତ ବିଭାଗ, ଗଣମାଧ୍ୟମ ପ୍ରତିନିଧି ଓ ପୁରୀ ସହରବାସୀଙ୍କ ସହଯୋଗରେ ପୁରୀକୁ ବିଶ୍ୱର ଏକ ଶ୍ରେଷ୍ଠ ସହରରେ ପରିଣତ କରାଯାଇପାରିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ