ପୁରୀ: ପୁରୀବାସୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ପୁରୀରେ ରହୁଥିବା ଅନ୍ୟ ଜିଲ୍ଲାର କର୍ମଜିବୀ । ୩୧ ତାରିଖ ମଧ୍ୟରେ ସେମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ଏଥିପାଇଁ ସେମାନେ କାମ କରୁଥିବା ସଂସ୍ଥା ବା ନିଯୁକ୍ତି ଦାତାଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବା ନେଇ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଛି ।
ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀରେ ରହୁଥିବା କର୍ମଜୀବି - puri shree mandir latest news
ପୁରୀବାସୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ପୁରୀରେ ରହୁଥିବା ଅନ୍ୟ ଜିଲ୍ଲାର କର୍ମଜିବୀ । ଏନେଇ ପୁରୀ ଜିଲ୍ଲା ପ୍ରଶାସନର ସୂଚନା । ପଢନ୍ତୁ ଅଧିକ....
ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀରେ ରହୁଥିବା କର୍ମଜୀବି
ସେହିପରି ଭଡାରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଘର ମାଲିକଙ୍କଠାରୁ ସ୍ବୀକୃତି ପତ୍ର ନେଇ ଦର୍ଶନ କରି ପାରିବେ । ଖୁବଶୀଘ୍ର ଏହି ଆରମ୍ଭ ହେବ ବ୍ୟବସ୍ଥା ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳଙ୍କ ବଲବନ୍ତ ସିଂ । ସେହିପରି ବୟସ୍କ ବ୍ୟକ୍ତି ମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ ପାଇବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ଖୁବ ଶୀଘ୍ର ବ୍ୟବସ୍ଥା କରାଯିବା ନେଇ ବିଚାର କରାଯାଉଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ
Last Updated : Dec 27, 2020, 7:45 PM IST