ଓଡିଶା

odisha

କୋଭିଡ ପଜିଟିଭଙ୍କୁ ଗାଁରୁ ତଡିଦେଲେ ଲୋକେ

By

Published : May 15, 2021, 9:22 AM IST

କର୍ଣ୍ଣାଟକରୁ ଫେରିଥିବା ପୁରୀର ଜଣେ କୋରୋନା ପଜିଟିଭଙ୍କୁ ଗ୍ରାମରୁ ତଡି ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

କୋଭିଡ ପଜେଟିଭଙ୍କୁ ଗ୍ରାମରୁ ତଡିଦେଲେ ଗ୍ରାମବାସୀ
କୋଭିଡ ପଜେଟିଭଙ୍କୁ ଗ୍ରାମରୁ ତଡିଦେଲେ ଗ୍ରାମବାସୀ

ପୁରୀ: କୋଭିଡ ପଜିଟିଭଙ୍କୁ ଗ୍ରାମରୁ ତଡି ଦେଲେ ଗ୍ରାମବାସୀ । ପଜିଟିଭ ଚିହ୍ନଟ ପରେ ପୋଖରୀ କୂଳରେ ଭଙ୍ଗା କୁଡିଆ କରି ଦିନ କାଟୁଛନ୍ତି ପିପିଲି ନୂଆଶାସନ ଗ୍ରାମର ସନ୍ତୋଷ ମଲ୍ଲିକ । ସନ୍ତୋଷ କର୍ଣ୍ଣାଟକରୁ ଫେରିବା ପରେ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା । ପରିବାର ଲୋକେ ତାଙ୍କୁ ଏକ ଅସ୍ଥାୟୀ ଘରେ ସଙ୍ଗରୋଧରେ ରଖିଥିଲେ । ମାତ୍ର ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ସେ ଏବେ ପୋଖରୀ କୂଳରେ ଭଙ୍ଗା କୁଡିଆ ଘରେ ରହୁଛନ୍ତି ।

କୋଭିଡ ପଜେଟିଭଙ୍କୁ ଗ୍ରାମରୁ ତଡିଦେଲେ ଗ୍ରାମବାସୀ

ପ୍ରଶାସନ ପାଖରେ ସବୁ ଖବର ଥିଲେ ମଧ୍ୟ ସନ୍ତୋଷଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉନାହିଁ ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ସନ୍ତୋଷ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ସେ ଏବେ ସଙ୍ଗରୋଧରେ ରହିବା ପରେ ପରିବାର ପ୍ରତିପୋଷଣରେ ନାନା ସମସ୍ୟା ଦେଖାଦେଉଛି । ଏପରିକି ସନ୍ତୋଷଙ୍କୁ ଭଲରେ ଆହାର ଯୋଗାଇ ପାରୁନାହାନ୍ତି ପରିବାର ଲୋକେ । ଛୋଟ ପିଲା ସମେତ ଘର ଲୋକ କିଭଳି ଖାଇବେ ଏବଂ କେଉଁଠୁ ଆଣିବେ ସେନେଇ ଚିନ୍ତିତ ହୋଇପଡିଛନ୍ତି । ଏପରିକି ସନ୍ତୋଷଙ୍କ ସ୍ତ୍ରୀ ଓ ମାଆଙ୍କ ନେଗେଟିଭ ରିପୋର୍ଟ ଥିଲେ ବି ତାଙ୍କୁ ଗ୍ରାମବାସୀ ଗାଁ ପ୍ରବେଶ କରାଇ ଦେଉନଥିବା ଅଭିଯୋଗ ହୋଇଛି ।

ଏଭଳି ପରିସ୍ଥିତିରେ କିଭଳି ଚଳିବୁ ବୋଲି କହିଛନ୍ତି ସନ୍ତୋଷଙ୍କ ପତ୍ନୀ । ସେ ଏନେଇ ସ୍ଥାନୀୟ ଅଙ୍ଗନବାଡ଼ି ଦିଦି ଓ ସରପଞ୍ଚଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସହାୟତା ଦିଆଯାଇନଥିବା ଅଭିଯୋଗ କରିଛନ୍ତି। । ତେବେ ପ୍ରଶାସନିକ ସହାୟତା ପାଇଁ ନିବେଦନ କରିଛନ୍ତି ସନ୍ତୋଷଙ୍କ ପରିବାର । ।

ପୁରୀରରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details