ଓଡିଶା

odisha

ETV Bharat / state

ଅଢ଼େଇ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପ୍ରାଣୀ ଚିକିତ୍ସକ - veterinarian was caught red-handed by vigilance

25 ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲି ସହକାରୀ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଡା. ସୁରେଶ ଚନ୍ଦ୍ର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ...

The veterinarian was caught red-handed by vigilance
ଅଢ଼େଇ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀ ଚିକିତ୍ସକ

By

Published : Dec 10, 2020, 8:04 AM IST

ପୁରୀ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲି ସହକାରୀ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଡା. ସୁରେଶ ଚନ୍ଦ୍ର ବେହେରା। ଜଣେ ବ୍ୟକ୍ତିଙ୍କଠାରୁ ଶ୍ରୀ ବେହେରା 25 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସୂଚନା ଅନୁଯାୟୀ ଗତ ଫୋନି ବାତ୍ୟାରେ ଭାଙ୍ଗି ଯାଇ ଥିବା କୁକୁଡ଼ା ଫାର୍ମର ପୁନରୁଦ୍ଧାର ପାଇଁ ସରକାରୀ ସହାୟତା ରାଶି ଘୋଷଣା କରାଯାଇଥିଲା। 70 ହଜାର ଟଙ୍କା ଫୋନି ସହାୟତା ରାଶି ମଞ୍ଜୁର ନିମନ୍ତେ ତାପ ଚନ୍ଦ୍ର ଖଟେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ 25 ଶହ ଟଙ୍କା ଲାଞ୍ଚ ଦାବି କରିଥିଲେ।

ପରେ ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ପୂର୍ଵ ଯୋଜନା ଅନୁଯାୟୀ ଶ୍ରୀ ବେହେରାଙ୍କୁ ପ୍ରତାପ ଟଙ୍କା ଦେଉଥିବା ବେଳେ ଭୁବନେଶ୍ବର ସ୍ଥିତ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା। ଟଙ୍କା ଜବତ ସହିତ ଏ ନେଇ ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details