ପୁରୀ: ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଟ୍ରକ ମାଲିକ ସଙ୍ଘର ବିରୋଧ । ପୁରୀରେ ଭାରିଯାନ ଚଳାଚଳକୁ ପୋଲିସ ବନ୍ଦ କରିବା ପରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଉଛି ।
ସୂଚନା ଅନୁଯାୟୀ ପୁରୀରେ ଲଘୁ ଖଣିଜ ପଦାର୍ଥ ଉତ୍ପାଦନରେ 2500ରୁ ଊର୍ଦ୍ଧ୍ବ ଟ୍ରକ ଚଳାଚଳ କରୁଛି । ଏଥିସହ 50 ହଜାରରୁ ଅଧିକ ଲୋକେ ଏହା ଉପରେ ନିର୍ଭର ମଧ୍ୟ କରୁଛନ୍ତି । ହେଲେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଭାରିଯାନ ଚଳାଚଳକୁ ନିଷେଧ କରିବାରୁ ଚିନ୍ତାରେ ଟ୍ରକ ମାଲିକ ଓ ଚାଳକ । ସରକାରୀ ନିୟମକୁ ପାଳନ କରି ଆର୍ ଫର୍ମ, ଓ୍ବାଇ ଫର୍ମ ଓ ଟ୍ରାଞ୍ଜିଟି ଫର୍ମ ନେଇ ଗାଡି ଚଳାଉଥିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ କେଉଁ କାରଣରୁ ଗାଡି ଚଳାଚଳକୁ ବନ୍ଦ କରୁଛନ୍ତି ଏନେଇ ପ୍ରଶ୍ନ କରିଛନ୍ତି ଜିଲ୍ଲା ଟ୍ରକ ମାଲିକ ସଙ୍ଘ ।