ଓଡିଶା

odisha

ETV Bharat / state

ଆଜିଠୁ ଆରମ୍ଭ ହେବ 'ମୋ ଧାମ ମୋ ଗର୍ବ' ଦସ୍ତଖତ ଅଭିଯାନ - ପୁରୀ ନ୍ୟୁଜ

ସ୍ବଚ୍ଛ ପୁରୀ ପାଇଁ 'ମୋ ଧାମ ମୋ ଗର୍ବ' ଅଭିଯାନ ଅଧିନରେ ଶୁକ୍ରବାର ଠାରୁ ଦୁଇ ଦିନ ଧରି ସ୍ବଚ୍ଛତା ସଂପର୍କିତ ଶପଥ ନିମନ୍ତେ ଦସ୍ତଖତ ଅଭିଯାନ ଆରମ୍ଭ ହେବ ।

ଶୁକ୍ରବାର  ଠାରୁ ଆରମ୍ଭ ହେବ 'ମୋ ଧାମ ମୋ ଗର୍ବ' ଦସ୍ତଖତ ଅଭିଯାନ
ଶୁକ୍ରବାର ଠାରୁ ଆରମ୍ଭ ହେବ 'ମୋ ଧାମ ମୋ ଗର୍ବ' ଦସ୍ତଖତ ଅଭିଯାନ

By

Published : Nov 6, 2020, 6:50 AM IST

ପୁରୀ:ସ୍ବଚ୍ଛ ପୁରୀ ପାଇଁ 'ମୋ ଧାମ ମୋ ଗର୍ବ' ଅଭିଯାନ ଅଧିନରେ ଶୁକ୍ରବାର ଠାରୁ ଦୁଇ ଦିନ ଧରି ସ୍ବଚ୍ଛତା ସଂପର୍କିତ ଶପଥ ନିମନ୍ତେ ଦସ୍ତଖତ ଅଭିଯାନ ଆରମ୍ଭ ହେବ । ଏଥିରେ ଘରର ପ୍ରତ୍ୟେକ ବ୍ୟକ୍ତି ସାମିଲ ହେବା ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ପୌରସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ସ୍ବଚ୍ଛସାଥୀ, ୟୁଥ ଫର ବେଟର ପୁରୀ, ଜାତୀୟ ସେବା ସଂସ୍ଥା ଓ ନେହେରୁ ଯୁବକେନ୍ଦ୍ର ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ଏତଦ୍‌ବ୍ୟତୀତ ପୃଥକ ଭାବେ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଗାଡି ଦୁଇଦିନ ଧରି ଚାଲିବ ।

ଶୁକ୍ରବାର ଠାରୁ ଆରମ୍ଭ ହେବ 'ମୋ ଧାମ ମୋ ଗର୍ବ' ଦସ୍ତଖତ ଅଭିଯାନ

ଦସ୍ତଖତ ଅଭିଯାନ, ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଆଦି କ୍ଷେତ୍ରରେ ୟୁଥ ଫର ବେଟର ପୁରୀ ସ୍ବେଚ୍ଛାସେବୀ ମାନେ ସହଯୋଗ କରିବେ । କୋରୋନା ନିୟମ ପାଳନ କରି ଅଭିଯାନ ଜାରୀ ରହିବ । ସଂଗୃହିତ ପ୍ଲାଷ୍ଟିକ ଆବର୍ଜନା ଓ ଦସ୍ତଖତ ଅଭିଯାନର କାନଭାସକୁ ନେଇ କଳାକୃତି କରାଯାଇ ସାମୟିକ ଭାବେ ପ୍ରଦର୍ଶିତ ହେବ ।

ସହରର ମୁଖ୍ୟସ୍ଥାନ, ଦୋକାନ ବଜାର ଥିବା ଅଞ୍ଚଳ, ରାସ୍ତାକଡ ଦୋକାନୀମାନଙ୍କୁ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଏନ୍ଏସ୍ଏସ୍ ଓ ଏନୱାଇକେ ସ୍ବେଚ୍ଛାସେବୀମାନେ ସହଯୋଗ କରିବା ସହ ବିଭିନ୍ନ ସ୍ଥାନ ଗୁଡିକରେ "Pride in Purity- ପବିତ୍ର ପୁରୀ ଗର୍ବ ଆମରି" ଲୋଗୋ ଷ୍ଟିକରିଂ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details