ଓଡିଶା

odisha

ETV Bharat / state

ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ପୁରୀ ବିଜେପି - ପୁରୀ ଜିଲ୍ଲା ଗୋପ ବ୍ଲକ ବିଡିଓ ଦୀପ୍ତିରାଣୀ ଦାସ

ପୁରୀ ଜିଲ୍ଲା ଗୋପ ବ୍ଲକ ବିଡିଓ ଦୀପ୍ତିରାଣୀ ଦାସଙ୍କ ଅଡିଓ ଓ ଭିଡିଓକୁ ତାଙ୍କୁ ହରଡ଼ଘଣାରେ ପକାଇଛି । ଅଡିଓରେ ନିଜକୁ ବିଜେଡି କର୍ମୀ କହିବା ସହ ଭିଡିଓରେ ଲୋକଙ୍କୁ ଇଂରାଜୀ ଭାଷାରେ ଗେଟ୍ ଆଉଟ୍ କହି ବିବାଦକୁ ଆସିଛନ୍ତି ବିଡିଓ ମହାଶୟା । ଆସନ୍ତା ୭୨ ଘଣ୍ଟା ଭିତରେ ରାଜ୍ୟ ସରକାର ବିଡିଓଙ୍କୁ କାର୍ଯ୍ୟରୁ ବହିଷ୍କାର ନକରନ୍ତି ତେବେ ବ୍ଲକର ୩୧ ଗୋଟି ପଞ୍ଚାୟତରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

ବିଡିଓଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କଲା ପୁରୀ ବିଜେପି
ବିଡିଓଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କଲା ପୁରୀ ବିଜେପି

By

Published : Jan 23, 2021, 8:35 AM IST

ପୁରୀ : ପୁରୀ ଜିଲ୍ଲା ଗୋପ ବ୍ଲକ ବିଡିଓ ଦୀପ୍ତିରାଣୀ ଦାସଙ୍କ ଅଡିଓ ଓ ଭିଡିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଡିଓରେ ନିଜକୁ ବିଜେଡି କର୍ମୀ କହିବା ସହ ଭିଡିଓରେ ଲୋକଙ୍କୁ ଇଂରାଜୀ ଭାଷାରେ ଗେଟ୍ ଆଉଟ୍ କହି ହରଡ଼ଘଣାରେ ଦୀପ୍ତିରାଣୀ । ସ୍ଥାନୀୟ ବାସିନ୍ଦା ନିଜ ଦୁଃଖ ଜଣାଇବାକୁ ବିଡିଓ ମହାଶୟାଙ୍କ ପାଖକୁ ଯାଇଥିବା ବେଳେ ବିଡିଓ ତାଙ୍କ କଥା ନ ଶୁଣି ଫେରାଇ ଦେଇଥିଲେ । ଏହି ଘଟଣାକୁ ତୀବ୍ର ନିନ୍ଦା ଓ ସମାଲୋଚନା କରି ଭାରତୀୟ ଜନତା ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରିଛି ।

ବିଡିଓଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କଲା ପୁରୀ ବିଜେପି

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଆଶ୍ରିତ ପଟ୍ଟନାୟକ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ଉପସ୍ଥିତ ଥିଲେ । ତେଵେ ଗୋପ ବିଡିଓଙ୍କ ଅଶାଳୀନ ବ୍ୟବହାର ପ୍ରଦର୍ଶନ ଓ ବିଜେଡି ସପକ୍ଷରେ ବାର୍ତ୍ତା ରଖିବା ଘଟଣାକୁ ଦଳ ନିନ୍ଦା କରିବା ସହ ଆସନ୍ତା ୭୨ ଘଣ୍ଟା ଭିତରେ ଯଦି ରାଜ୍ୟ ସରକାର ବିଡିଓ ମହାଶୟାଙ୍କୁ କାର୍ଯ୍ୟରୁ ଅପସାରଣ ନକରନ୍ତି ତେବେ ବ୍ଲକର ୩୧ ଗୋଟି ପଞ୍ଚାୟତରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details