ଓଡିଶା

odisha

ETV Bharat / state

ଉତ୍କଳ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, କୋଭିଡ ଗାଇଡଲାଇନ ସହ ପାଳନ ହେବ ଉତ୍ସବ - ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଜିଲ୍ଲାସ୍ତରୀୟ ୮୬ ତମ ଉତ୍କଳ ଦିବସ ପାଳନ ପ୍ରସ୍ତୁତି ବୈଠକ ଶେଷ । କୋଭିଡ କଟକଣା ମଧ୍ୟରେ ପାଳନ ହେବ ଉତ୍କଳ ଦିବସ । ଅଧିକ ପଢନ୍ତୁ...

ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, କୋଭିଡ ଗାଇଡଲାଇନ ସହ ପାଳନ ହେବ ଉତ୍ସବ
ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, କୋଭିଡ ଗାଇଡଲାଇନ ସହ ପାଳନ ହେବ ଉତ୍ସବ

By

Published : Mar 26, 2021, 6:30 AM IST

ପୁରୀ: ଜିଲ୍ଲାସ୍ତରୀୟ ୮୬ ତମ ଉତ୍କଳ ଦିବସ ପାଳନ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତବର୍ଷ କୋଭିଡ ନୀୟମ ପାଳନ କରି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଉତ୍ସବ ମହା ସମାରୋହରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଛି । କାର୍ଯ୍ୟସୂଚୀ ଅନୁସାରେ ଏଥର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପ୍ରାତଃ ସମୟରେ ସହରରେ ଉତ୍କଳ ବନ୍ଦନା ଡାକବାଜି ଯୋଗେ ପରିବେଷଣ ହେବ । ଏହାପରେ ଗୁଣ୍ତିଚା ମନ୍ଦିର ଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଶୋଭାଯାତ୍ରାର ଆୟୋଜନ କରାଯିବ । ଏଥିରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ ପ୍ରମୁଖ ସାମିଲ ହୋଇ ଅଂଶ ଗ୍ରହଣ କରିବେ । ଏଥିରେ ପାରମ୍ପରିକ ଲୋକଯାତ୍ରା ଓ ମେଢ ଆଦି ସ୍ଥାନ ପାଇବ । ଏହି ଅବସରରେ କବିତା ପାଠୋତ୍ସବର ମଧ୍ୟ ଆୟୋଜନ କରାଯାଇଛି । ଏସବୁ ମଧ୍ୟରେ କୋଭିଡ କଟକଣାକୁ କଡାକଡି ଭାବେ ଅନୁପାଳନ କରାଯିବାକୁ ସ୍ଥିର କରାଯାଇଛି ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ, ସଂସ୍କୃତି ଅଧିକାରୀ ଚୈଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details