ପୁରୀ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 12 ହଜାରରେ ପହଞ୍ଚିଛି । ଗତ 24 ଘଣ୍ଟାରେ ନୂଆ 55 ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ ସଂଖ୍ୟା 12 ହଜାର 19ରେ ପହଞ୍ଚିଛି ।
ପୁରୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର ଟପିଲା
ପୁରୀରେ କୋରାେନା ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର ପାର କରିଛି । ଗତ 24 ଘଣ୍ଟା ମଧ୍ୟରେ ନୂଆ 55 ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ ସଂଖ୍ୟା 12 ହଜାର 19ରେ ପହଞ୍ଚିଛି । ଅଧିକ ପଢନ୍ତୁ...
ପୁରୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ହଜାର ଟପିଲା
ଜିଲ୍ଲାରେ 79 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ତେବେ ଜିଲ୍ଲାରେ ସୁସ୍ଥହାର ସନ୍ତୋଷଜନକ ରହିଛି । ମୋଟ 12 ହଜାର 19 ଆକ୍ରାନ୍ତଙ୍କ ମଧ୍ୟରୁ 11 ହଜାର 309 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 623 ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ କେବଳ ପୁରୀ ପୌରପାଳିକାରେ 3 ହଜାର 758 ସଂକ୍ରମିତଙ୍କ ମଧ୍ୟରୁ 3 ହଜାର 609 ଜଣ ସୁସ୍ଥ ହୋଇଥିବାବେଳେ 115ଟି ଆକ୍ଟିଭ କେସ ରହିଛି । ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ 1 ଲକ୍ଷ 17 ହଜାର 350 ସାମ୍ପଲ ଟେଷ୍ଟ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ