ପୁରୀ: ଶ୍ରୀଜଗନ୍ନାଥ ଏହା କେବଳ ଶବ୍ଦ ନୁହେଁ ସାଢେ ଚାରି କୋଟି ଓଡିଆଙ୍କ ହୃଦସ୍ପନ୍ଦନ । ମୋହମାୟା ସଂସାରକୁ ମୋକ୍ଷ ପାଇଁ ସଭିଁଏ ଧାଇଁ ଆସନ୍ତି ସେହି କାଳିଆ ସାଆନ୍ତଙ୍କ ପାଖକୁ । କିଛି ମାଗିବାରୁ ମନକଥା ବୁଝି ଅଜାଡି ଦିଅନ୍ତି ସେହି ପରବ୍ରହ୍ମ । ସେଥିପାଇଁ ତ କାଳିଆ ଠାକୁରର ସାନିଧ୍ୟ ପାଇବା ପାଇଁ ସଭିଏଁ ଚାହିଁ ରହିଥାନ୍ତି । ପୁରୀରେ ନିଜ ଭାଇଭଉଣୀଙ୍କୁ ନେଇ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁ ଜଗନ୍ନାଥଙ୍କ ରହିଛି ଅନେକ ଅଲୌକିକ ମହିମା ।
ଚାରିଧାମରୁ ଶ୍ରେଷ୍ଠ ଧାମ ଶ୍ରୀଜଗନ୍ନାଥ ଧାମ । ଶ୍ରୀମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣର ରହିଛି ବହୁ ଆଧ୍ୟାତ୍ମିକ ଦିଗ । ଯାହାକୁ ଭେଦିବା ସାଧାରଣ ପକ୍ଷେ ସମ୍ଭବପର ନୁହେଁ । ଏଠିକାର ମାଟି ପବନ ସବୁଠି ବିଦ୍ୟମାନ ସେଇ କାଳିଆ ଠାକୁର ।ମହାପ୍ରଭୁଙ୍କୁ ସୁରକ୍ଷା ଦେଉଥିବା ସେହି ଚାରି ଦ୍ବାରକୁ ନେଇ କଣ କହେ ଇତିହାସ ? ଏହି ଦ୍ବାରର କଣ ରହିଛି ସ୍ବତନ୍ତ୍ରତା ? ଜାଣନ୍ତୁ ବିସ୍ତୃତ ଭାବରେ....
ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ରହିଛି ଚାରିଟି ଦ୍ବାର । ଏହା ସାଧାରଣ ଦ୍ବାର ନୁହେଁ । ଏହି ଅଲୌକିକ 4 ଦ୍ବାରର ରହିଛି ପୌରାଣିକ ମହତ୍ବ ।
- ପୂର୍ବ ଅର୍ଥାତ ସିଂହ ଦ୍ବାର ହେଉଛି ଧର୍ମର ଦ୍ବାର
- ପଶ୍ଚିମ ଅର୍ଥାତ ବ୍ୟାଘ୍ର ଦ୍ବାର ହେଉଛି ଅର୍ଥର ଦ୍ବାର
- ଦକ୍ଷିଣ ଅର୍ଥାତ ଅଶ୍ବ ଦ୍ବାର ଯାହାକୁ କାମର ଦ୍ବାର କୁହାଯାଏ
- ଉତ୍ତର ଅର୍ଥାତ ହସ୍ତୀ ଦ୍ବାରକୁ ମୋକ୍ଷର ଦ୍ବାର ବୋଲି କୁହାଯାଏ