ପୁରୀ: ଚଳିତବର୍ଷ ରଥନିର୍ମାଣ କାର୍ଯ୍ୟ ବେଶ୍ ଆଗୁଆ ଚାଲିଛି । 9 ଦିନ ପୂର୍ବରୁ ଉଠିଛି ତିନିରଥର ଚାରିନାହାକା। ସୋମବାର ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା। ଏଥିସହ ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ମଙ୍ଗଳବାର ଭୋଇସେବକ ମହାରଣାଙ୍କ ନିର୍ଦ୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।
ଦେବସ୍ନାନପୂର୍ଣ୍ଣମୀରେ ଚାରିନାହାକା ଉଠିବାର ଲକ୍ଷ୍ୟ ରଖାଯାଇଥାଏ । ଚଳିତ ଥର ଏହା ନିର୍ଦ୍ଧାରିତ ସମୟରେ ବେଶ୍ ପୂର୍ବରୁ ସରିଛି । ପୂର୍ବରୁ ମଧ୍ୟ ନିର୍ଦ୍ଧାରିତ ସମୟ ଆଗରୁ ତିନିରଥର ସମସ୍ତ ଚକ ଅଖ ସଂଯୋଗ ହୋଇ ଡେରା ଯାଇଥିଲା ।
ଦେବସ୍ନାନପୂର୍ଣ୍ଣିମା ଆସିବା ପୂର୍ବରୁ ତିନିରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି। ଲକ୍ଷ୍ୟ ଥାଏ ଦେବସ୍ନାନପୂର୍ଣ୍ଣିମା ଦିନ ତିନିରଥର ଚାରିନାହାକା ଉଠିବ। କିନ୍ତୁ ମଙ୍ଗଳବାର ଅପରାହ୍ନରେ ଭୋଇସେବକ ମହାରଣାଙ୍କ ନିର୍ଦ୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି। ଭୋଇସେବକ ତୃତୀୟ ହରିବୋଲ ପକାଇଛନ୍ତି। ଶୀତଳଷଷ୍ଠୀ ଦିନ ତିନି ରଥର ସମସ୍ତ ଚକ ଅଖ ଡେରା ଯିବାର ଥିଲେ ମଧ୍ୟ ଏହାର ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥର ସମସ୍ତ 42 ଚକ ସହ 21 ଅଖ ସଂଯୋଗ ହୋଇ ଡେରା ଯାଇଥିଲା।