ପୁରୀ: ୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଏହି ରଥକାଠ ଆସିଛି ନୟାଗଡର ଦଶପଲ୍ଲା ରେଞ୍ଜରୁ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବାବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ କାଠ । ମୋଟ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି ।
୨୦୨୨ ରଥଯାତ୍ରା: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ - ପୁରୀରେ ପହଞ୍ଚିଲା ରଥକାଠ
୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଏହି ରଥକାଠ ଆସିଛି ନୟାଗଡର ଦଶପଲ୍ଲା ରେଞ୍ଜରୁ । ଅଧିକ ପଢନ୍ତୁ
୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ଦୁଇଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୬୩ ଖଣ୍ଡ ଧଉରା ଓ ଅସନ କାଠ । ଆସନ୍ତା ୫ ତାରିଖ ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ତିନୋଟି ରଥକାଠର ଅନୁକୂଳ ପୂଜା କରାଯିବ । ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି କହିଛନ୍ତି ରଥ ତତ୍ତ୍ବାବଧାରକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ