ଓଡିଶା

odisha

ETV Bharat / state

ଗ୍ରୀନ ଜୋନ ଘୋଷିତ ପୁରୀରେ ଗାଇଡଲାଇନକୁ ନେଇ ଜିଲ୍ଲାପାଳଙ୍କ ସୂଚନା - ଜିଲ୍ଲାପାଳ ବଲବନ୍ତ ସିଂ

କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଲକଡାଉନ ଗାଇଡ଼ ଲାଇନ ଅନୁଯାୟୀ ପୁରୀ ଜିଲ୍ଲା ଗ୍ରୀନଜୋନରେ ରହିଛି । ତେବେ ପୁରୀ ସହରରେ କେଉଁ ଦୋକାନ ଖୋଲିବ ଓ କେଉଁ ଅନୁଷ୍ଠାନ ବନ୍ଦ ରହିବ ସେ ନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

The district commissioner's advice is to obey the lockdown guideline rule
ଗ୍ରୀନଜୋନ ଘୋଷିତ ପୁରୀରେ ଗାଇଡଲାଇନକୁ ନେଇ ଜିଲ୍ଲାପାଳଙ୍କ ସୂଚନା

By

Published : May 5, 2020, 8:26 PM IST

ପୁରୀ: କୋରୋନା ପାଇଁ ସାରା ଦେଶ ଲକଡାଉନ । କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଲକଡାଉନ ଗାଇଡ଼ ଲାଇନ ଅନୁଯାୟୀ ପୁରୀ ଜିଲ୍ଲା ଗ୍ରୀନଜୋନରେ ରହିଛି । ତେବେ ଗ୍ରୀନ ଜୋନରେ କେନ୍ଦ୍ର ସରକାର ଲୋକଙ୍କ ପାଇଁ କେତେକ କଟକଣା କୋହଳ କରିଛନ୍ତି। ତେବେ ପୁରୀ ସହରରେ କେଉଁ ଦୋକାନ ଖୋଲିବ ଓ କେଉଁ ଅନୁଷ୍ଠାନ ବନ୍ଦ ରହିବ ସେ ନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି।

ଗ୍ରୀନଜୋନ ଘୋଷିତ ପୁରୀରେ ଗାଇଡଲାଇନକୁ ନେଇ ଜିଲ୍ଲାପାଳଙ୍କ ସୂଚନା

କଟକଣା ଅନୁଯାୟୀ ସ୍କୁଲ , କଲେଜ , ଟ୍ରେନିଂ ଇନଷ୍ଟିଚ୍ୟୁଟ , ହୋଟେଲ , ସପିଙ୍ଗମଲ , ସିନେମା ହଲ , ସ୍ଵିମିଙ୍ଗପୁଲ , ବାର ଆଦି ବନ୍ଦ ରହିବ। ଅନ୍ୟ ସବୁ ଦୋକାନ ଖୋଲା ରହିବ। ତେବେ ସନ୍ଧ୍ୟା 7 ଟା ରୁ ସକାଳ 7ଟା ଯାଏ ଘରୁ ବାହାରିବା ଉପରେ କଟକଣା ରହିବ । କେବଳ ମେଡ଼ିକାଲ ସମ୍ପର୍କିତ କାର୍ଯ୍ୟ ପାଇଁ ଲୋକ ମାନେ ଘରୁ ବାହାରି ପାରିବେ। ସେହିପରି 65 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି , 10 ବର୍ଷ ରୁ କମ ବୟସ ପିଲା , ଗର୍ଭବତୀ ମହିଳା ଏହି ଗ୍ରୀନ ଜୋନରେ ମଧ୍ୟ ଘରୁ ବାହାରିବା ଉପରେ କଟକଣା ରହିଛି। କେବଳ ଜରୁରୀ ପଡିଲେ ଘରୁ ବାହାରି ବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ସମସ୍ତ ରାଜନୈତିକ , ସାମାଜିକ , ଧାର୍ମିକ ସଭା ମିଟିଂ ଉପରେ କଟକଣା । ସର୍ବସାଧାରଣରେ 5ରୁ ଅଧିକ ଏକାଠି ହୋଇପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ ଜୋରିମାନା ଦେବାକୁ ପଡିବ। ସେହିପରି ଏହି ଗ୍ରୀନ ଜୋନରେ କୌଣସି ବିବାହ କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ 50 ଜଣ ,ଦାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟରେ 20 ଜଣ ଉପସ୍ଥିତ ରହିପାରିବେ। ଘରୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ପୁରୀ ଜିଲ୍ଲାବାସୀ ଲକଡାଉନ ନିୟମକୁ ସଠିକ ଭାବରେ ପାଳନ କରୁଥିବା ହେତୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details