ପୁରୀ: ମଙ୍ଗଳା ମନ୍ଦିର ଜମିବାଡ଼ି ଉପରେ କିଛି ପ୍ରଭାବଶାଳୀ ଲୋକେ ଜୋର ଜବରଦସ୍ତ ଦଖଲ କରିଛନ୍ତି। ପ୍ରତିବାଦ କଲେ ମାରିଦେବାକୁ ମିଳୁଛି ଧମକ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଗଇଣ୍ଡଳ ପଞ୍ଚାୟତର ଦଳିତ ସାହିରେ ।
ସୂଚନା ଥାଉକି ଗଇଣ୍ଡଳ ପଞ୍ଚାୟତର ଦଳିତ ସାହିର ମଙ୍ଗଳା ମନ୍ଦିର ଜମିବାଡ଼ିରେ ଥିବା ନଡ଼ିଆ ଗଛ, ପୋଖରୀରୁ ଅନ୍ୟ ଏକ ଗାଁର କିଛି ପ୍ରଭାବଶାଳୀ ଵ୍ୟକ୍ତି ଜୋର ଜବରଦସ୍ତ ନଡ଼ିଆ ଏବଂ ମାଛ ଧରି ନେଇଛନ୍ତି । ଯାହାକୁ ନେଇ ସାହିର ମୁଖିଆ ବିଜୟ ଭୋଇ ପ୍ରତିବାଦ କରିଥିଲେ । ଫଳରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ଉକ୍ତ ବ୍ୟକ୍ତିଗଣ ।