ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ରତ୍ନ ସିଂହାସନ ବିବାଦ ମାମଲା, ସେବାୟତଙ୍କ ମଧ୍ୟରେ ସମାଧାନ କଲେ ଜିଲ୍ଲାପାଳ - Singhari and Bhandar mekap sebayat

ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ସୁନାବେଶକୁ ନେଇ ଦୁଇ ନିଯୋଗଙ୍କ ମଧ୍ୟରେ ରହିଥିବା ବିବାଦର ଆଜି ସମାଧାନ ହୋଇଛି । ଅଧିକ ପଢନ୍ତୁ...

ସିଂହାରି ଓ ଭଣ୍ଡାର ମେକାପ ସେବାୟତଙ୍କ ବିବାଦ ହେଲା ସମାଧାନ
ସିଂହାରି ଓ ଭଣ୍ଡାର ମେକାପ ସେବାୟତଙ୍କ ବିବାଦ ହେଲା ସମାଧାନ

By

Published : Mar 24, 2021, 10:14 PM IST

ପୁରୀ : ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ସୁନାବେଶକୁ ନେଇ ଦୁଇ ନିଯୋଗଙ୍କ ମଧ୍ୟରେ ରହିଥିବା ବିବାଦର ଆଜି ସମାଧାନ ହୋଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସିଂହାରୀ ଓ ଭଣ୍ଡାର ମେକାପ ନିଯୋଗ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସମାଧାନର ରାସ୍ତା ବାହାରିଛି ।

ସିଂହାରି ଓ ଭଣ୍ଡାର ମେକାପ ସେବାୟତଙ୍କ ବିବାଦ ହେଲା ସମାଧାନ

ଗତ ନାଗାର୍ଜୁନ ବେଶ ଓ ପୌଷ ପୂର୍ଣ୍ଣିମା ଦିନ ସୁନାବେଶ ସମୟରେ ଏହି ଦୁଇ ସେବାୟତ ନିଯୋଗ ମଧ୍ୟରେ ହୋଇଥିଲା ବିବାଦ । ରତ୍ନ ସିଂହାସନ ଉପରେ ମାତ୍ରାଧିକ ସିଂହାରୀ ସେବାୟତଙ୍କ ଉପସ୍ଥିତିକୁ ନେଇ ପାଳିଆ ଭଣ୍ଡାର ମେକାପ ବିରୋଧ କରିଥିଲେ । ଅତ୍ୟଧିକ ସେବାୟତଙ୍କ ସିଂହାସନ ଉପରେ ଉପସ୍ଥିତି ଯୋଗୁଁ ଭଣ୍ଡାର ମେକାପ ମହାପ୍ରଭୁଙ୍କ ସୁନା ଅଳଙ୍କାର ଗୁଡିକୁ ସିଂହାରୀ ସେବାୟତଙ୍କୁ ହସ୍ତାନ୍ତର କରିବାକୁ ରାଜି ହୋଇ ନଥିଲେ ।

ଏହି ଘଟଣାକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେବାରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓ ସୁନାବେଶରେ ଅହେତୁକ ବିଳମ୍ବ ଘଟିଥିଲା । ତେଣୁ, ଆସନ୍ତା ଦୋଳପୁର୍ଣ୍ଣିମା ସୁଦ୍ଧା ବିବାଦର ସମାଧାନ ନହେଲେ ମହାପ୍ରଭୁଙ୍କ ବେଶରେ ବିଭ୍ରାଟ ଘଟିବ ବୋଲି ସେବାୟତ ମାନେ ଚେତାବନୀ ଦେଇଥିଲେ । କିନ୍ତୁ, ଗତବର୍ଷ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶରେ ଯେତିକି ସେବାୟତ ଥିଲେ ସେତିକି ସଂଖ୍ୟକ ସେବାୟତଙ୍କୁ ନେଇ ଚଳିତବର୍ଷ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁନାବେଶ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details