ପୁରୀ: ଆସନ୍ତା 26ରେ ଅକ୍ଷୟ ତୃତୀୟା । ଆରମ୍ଭ ହେବ ଘୋଷଯାତ୍ରା ନିମନ୍ତେ ରଥନିର୍ମାଣ କାର୍ଯ୍ୟ । ସେଥିପାଇଁ ଶନିବାର ଶ୍ରୀକ୍ଷେତ୍ରରେ ରଥ କାଠ ପହଞ୍ଚିଛି । କୋରୋନାର ଅନେକ କଟକଣା ଭିତରେ ନୟାଗଡ ବନଖଣ୍ଡ ରୁ ୪୨ ଖଣ୍ଡ ଅସନ ଓ ଧଉରା କାଠ ପହଞ୍ଚିବା ପରେ ଏହାକୁ ରଥଖଳାରେ ରଖାଯାଇଛି । ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ କାଠ - ଶ୍ରୀକ୍ଷେତ୍ରରେ ପହଁଚିଲା ରଥ କାଠ
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ କାଠ । ଅକ୍ଷୟ ତୃତୀୟା ଠୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ....

ଶ୍ରୀକ୍ଷେତ୍ରରେ ପହଁଚିଲା ରଥ କାଠ
ସେପଟେ ରଥନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ। ସେଥିରୁ ଗତବର୍ଷର ୧୯୩ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ବଳକା ରହିଛି । ମୋଟ ୬୭୨ ଖଣ୍ଡ କାଠରୁ ସମୁଦାୟ ୧୭୫ ଖଣ୍ଡ କାଠ ଆସିଛି । ନୟାଗଡ ବନଖଣ୍ଡରୁ ୪2 ଖଣ୍ଡ କାଠରୁ ଧଉରା ୧୨ଫୁଟିଆ ୧୧ଟି, ଅସନ ୨୦ ଫୁଟିଆ 5ଟି, ଧଉରା ୨୦ ଫୁଟିଆ ୨୬ଟି କାଠ ଆସିଛି । ପଞ୍ଚମ ପର୍ଯ୍ୟାୟ ପର୍ଯ୍ୟନ୍ତ ୧୭୫ ଖଣ୍ଡ କାଠ ଆସିଛି । ଅନ୍ୟପଟେ ଲକ ଡାଉନ ଚାଲିଥିବା ବେଳେ କିଭଳି କେଉଁ ପରିସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ସାଧାରଣରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ