ଓଡିଶା

odisha

ETV Bharat / state

ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ମାଘ ମେଳା ଓ ବୁଡ଼ପକା ପର୍ବ - ମାଘ ମେଳା ବୈଠକ

ଏଥର ମଧ୍ୟ ଫିକା ପଡିବ କୋଣାର୍କ ମାଘ ମେଳା । ଶ୍ରଦ୍ଧାଳୁଙ୍କ ବିନା ପର୍ବ ପାଳନ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଅଧିକ ପଢନ୍ତୁ....

ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ମାଘ ମେଳା ଓ ବୁଡ଼ପକା ପର୍ବ
ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ମାଘ ମେଳା ଓ ବୁଡ଼ପକା ପର୍ବ

By

Published : Feb 4, 2021, 5:06 PM IST

ପୁରୀ: କୋରୋନା କାରଣରୁ ସମସ୍ତ ପର୍ବ ପର୍ବାଣୀ ଫିକା ପଡୁ ଥିବାବେଳେ ଏଥର ଚନ୍ଦ୍ରଭାଗା ମାଘ ମେଳା ମଧ୍ୟ ଫିକା ପଡିବ । ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ମାଘ ମେଳା ଏବଂ ବୁଡ଼ପକା ପର୍ବ ଅନୁଷ୍ଠିତ ହେବ । କୋଣାର୍କ ଯାତ୍ରୀ ନିବାସର ସମ୍ମିଳନୀ କକ୍ଷରେ ଚନ୍ଦ୍ରଭାଗା ମାଘ ମେଳା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ମାଘ ମେଳା ଓ ବୁଡ଼ପକା ପର୍ବ

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସଭାପତିତ୍ବରେ ବୈଠକ ବସିଥିଲା । କୋରୋନା କଟକଣାକୁ ନେଇ ଶ୍ରଦ୍ଧାଳୁଙ୍କ ବିନା ମାଘ ମେଳା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କେବଳ ନୀତି କାନ୍ତିରେ ଜଡିତ ଥିବା ସେବାୟତ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ମେଳାରେ 500 ଲୋକ ସାମିଲ ହୋଇପାରିବେ । ଅନ୍ୟପଟେ ମେଳା ପ୍ରବେଶ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିଛି ।

ତେବେ ଆସନ୍ତା 18 ତାରିଖରେ କୋଣାର୍କ ଚନ୍ଦ୍ରଭାଗା ମାଘ ମେଳା ଏବଂ ପରଦିନ ବୁଡ଼ପକା ପର୍ବ ଅନୁଷ୍ଠିତ ହେବ । ଏହି ପର୍ବରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ । କୋରୋନା କଟକଣା କାରଣରୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ କୋଣାର୍କ ରାସ୍ତା ସିଲ୍ କରାଯାଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details