ଓଡିଶା

odisha

କୋଠା ନିର୍ମାଣ ଉପରେ ଏନ୍ଏମ୍ଏ ଦେଇଥିବା ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

By

Published : Sep 22, 2022, 9:43 PM IST

ମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ଏମ୍ଏ(national monument authority) ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛି । ଅଧିକ ପଢନ୍ତୁ

କୋଠା ନିର୍ମାଣ ଉପରେ ଏନ୍ଏମ୍ଏ ଦେଇଥିବା ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ
କୋଠା ନିର୍ମାଣ ଉପରେ ଏନ୍ଏମ୍ଏ ଦେଇଥିବା ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

ପୁରୀ:ଏନ୍ଏମ୍ଏ(national monument authority) ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛି । ପୂର୍ବରୁ ୨୦୧୪ ମସିହାରେ ଏନ୍ଏମ୍ଏ ନୂଆ ପ୍ରଶାସନିକ କୋଠା ପାଇଁ ୧୨.୧୯ ମିଟର ତଥା ଜି+୨ କୋଠା ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲା । ହେଲେ ବର୍ତ୍ତମାନ ୭.୫୦ ମିଟର ତଥା ଜି+୧ କୋଠା ନିର୍ମାଣ ପାଇଁ ସୁପାରିଶ କରିଛି । ଏନେଇ ବିରୋଧ କରିଛି ଶ୍ରୀ ମନ୍ଦିର ପ୍ରଶାସନ ।

କୋଠା ନିର୍ମାଣ ଉପରେ ଏନ୍ଏମ୍ଏ ଦେଇଥିବା ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ

ସୂଚନା ଅନୁଯାୟୀ, ମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ଏମ୍ଏ ଦେଇଥିବା ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନ ବିରୋଧ କରିଥିଲା । କାରଣ ପୂର୍ବରୁ ୨୦୧୪ ମସିହାରେ ଏନ୍ଏମ୍ଏ ନୂଆ ପ୍ରଶାସନିକ କୋଠା ପାଇଁ ୧୨.୧୯ ମିଟର ତଥା ଜି+୨ କୋଠା ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲା ଏନ୍ଏମ୍ଏ । ତେବେ ଏହାକୁ ପରିବର୍ତ୍ତନ କରି ଏନ୍ଏମ୍ଏ କିଭଳି ୭.୫୦ ମିଟର ତଥା ଜି+୧ କୋଠା ନିର୍ମାଣ ପାଇଁ ସୁପାରିଶ କରିଛି । ସେନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରଶ୍ନ ଉଠାଇଛି ।

ତେବେ ଶ୍ରୀମନ୍ଦିର ପ୍ରଶାସନର‌ କହିବା ଅନୁସାରେ ଏବେକାର ଥିବା ପ୍ରଶାସନିକ କୋଠା ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ଯଦି ଏବେ ନିର୍ମାଣ ହେଉଥିବା ଦୁଇ ମହଲା ବିଶିଷ୍ଟ କୋଠା କରାଯିବ । ତାହେଲେ ଏହାକୁ ଏବେକାର କୋଠା ସହ ମିଶାଯାଇ ପାରିବ ନାହିଁ । ଏଣୁ ପୂର୍ବରୁ ଏନ୍ଏମ୍ଏ ଦେଇଥିବା ଅନୁମତି ଅନୁଯାୟୀ ଜି+୩ ବିଲ୍ଡିଙ୍ଗ ନିର୍ମାଣ ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।‌ ରାଜ୍ୟ ସଂସ୍କୃତି ବିଭାଗ ଏନ୍ଏମ୍ଏ କୁ ଏନେଇ ଅବଗତ କରାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଗାଡିରେ ଲାଗିବ ପାନିକ ବଟନ, ସାରା ରାଜ୍ୟରେ ଲାଗୁ ହେବ ନିୟମ

ଏନେଇ ଶ୍ରୀମନ୍ଦିର ଉନ୍ନୟନ ଅଜୟ କୁମାର ଜେନା କହିଛନ୍ତି," ଆମେ ବର୍ତ୍ତମାନ ଯେଉଁ ଚିଠି ପାଇଛୁ ସେଥିରେ ଲେଖା ହୋଇଛି ଯେ ପ୍ରଶାସନିକ କୋଠା ପାଇଁ ଜି+୧ ତଥା ୭.୫୦ ମିଟର ପାଇଁ ସୁପାରିଶ କରିଛନ୍ତି । କିନ୍ତୁ ନବକଳେବର ଟାଓ୍ବାର ପାଇଁ ଏନ୍ଏମ୍ଏ ଆମକୁ ୧୨.୧୯ ମିଟର ତଥା ଜି+୨ ର ଅନୁମତି ଦେଇଥିଲେ । ତେଣୁ ଆମେ ଏନ୍ଏମ୍ଏକୁ ଏନେଇ ଜଣେଇଛୁ । ଯେହେତୁ ପୁରୁଣା ବିଲ୍ଡିଂ ଟା ୧୨.୧୯ ମିଟର ଅନୁମତି ଦେଇଥିଲେ । କିନ୍ତୁ ଏବେ ନୂଆ ବିଲ୍ଡିଂ ପାଇଁ ୭.୫୦ ମିଟର କୋଠା ନିର୍ମାଣ ପାଇଁ ସୁପାରିଶ ଦେଇଛନ୍ତି । ତେବେ ଏନେଇ ଏତେ କମରେ ଦୁଇଟା ବିଲ୍ଡିଂ ଉଚ୍ଚତା ସମାନ ରହିବ ନାହିଁ ଏବଂ ଏହା ଦେଖିବାକୁ ବହୁତ ଖରାପ ଦେଖାଯିବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details