ପୁରୀ:ଆମ ଗହଣରେ ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । କେବଳ ଫିଲ୍ମ ନୁହେଁ କମେଡି ଦୁନିଆରେ ସେ ଥିଲେ ବାଦଶାହା । ହସାଇ ହସାଇ ଦର୍ଶକଙ୍କୁ ବେଦମ କରୁଥିବା ରାଜୁ ହଠାତ ଏମିତି କନ୍ଦେଇ ଚାଲିଯିବେ କେହି ବିଶ୍ବାସ କରିପାରୁନାହାନ୍ତି । ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ଭେଟେରାନ୍ ହାସ୍ୟ ଅଭିନେତାଙ୍କର 58 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଦୀର୍ଘ 42 ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିଲେ ରାଜୁ । ଏଭଳି ଜଣେ ଅଦ୍ବିତୀୟ କଳାକାରଙ୍କ ବିୟୋଗକୁ କିଛି ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସମୁଦ୍ର ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ମାଧ୍ୟମରେ 'ହସାତେ ହସାତେ ରୁଲା ଦିୟା' ଲେଖି ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଅନ୍ୟପଟେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ବାଲୁକା ମାଧ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା ମୂର୍ତ୍ତି ଟି 15ଫୁଟ ଓସାର ବିଶିଷ୍ଟ। ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା । ତେବେ ଏଥିରେ 10ଟନ ବାଲି ଉପଯୋଗ କରାଯାଇଛି । ସମସ୍ତ ଙ୍କ ପ୍ରିୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବ ଙ୍କ ନିଧନ ରେ ସାରା ଭାରତ ବାସୀ ଦୁଃଖିତ । ରାଜୁଙ୍କ ନିଧନ ରେ ତାଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ତେବେ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲିରେ ରାଜୁଙ୍କ ର ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କର କମେଡି କୁ ମନ ପକାଇ ତାଙ୍କୁ ହୃଦୟ ର ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।