ପୁରୀ: ଜିଲ୍ଲାରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମର ସର୍ଭେ । ଏନେଇ ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗାର ସର୍ଭେ ସହ ବାଲୁଖଣ୍ତ ଅଞ୍ଚଳର ଦୁଇଟି ଜାଗାର ପରିଦର୍ଶନ କରିଛନ୍ତି । ତେବେ ଏହି ବୈଷୟିକ ଟିମ ସହ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ।
ପୁରୀରେ ହେବ ବିମାନବନ୍ଦର, ସର୍ଭେ କଲେ AAI ଟିମ - Airport in Puri
ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ ଇଣ୍ତିଆ ବୈଷୟିକ ଟିମର ସର୍ଭେ । ଏନେଇ ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ଅଧିକ ପଢନ୍ତୁ..
![ପୁରୀରେ ହେବ ବିମାନବନ୍ଦର, ସର୍ଭେ କଲେ AAI ଟିମ ପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆ ବୈଷୟିକ ଟିମର ସର୍ଭେ](https://etvbharatimages.akamaized.net/etvbharat/prod-images/768-512-12164530-thumbnail-3x2-puri.jpg)
ପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆ ବୈଷୟିକ ଟିମର ସର୍ଭେ
ପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆ ବୈଷୟିକ ଟିମର ସର୍ଭେ
ଜମିର ମ୍ୟାପ ଓ କାଗଜପତ୍ରର ବୈଷୟିକ ଟିମ ଅନୁଧ୍ୟାନ କରିବା ସହ ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ ଜିଲ୍ଲାପ୍ରଶାସନର ପ୍ରସ୍ତାବିତ ଜମିର ସମୀକ୍ଷା କରିବେ । ଆଜି(ଗୁରୁବାର) ସନ୍ଧ୍ୟାରେ ଜିଲ୍ଲାପ୍ରଶାସନ ସହ ଏହି ବୈଷୟିକ ଟିମର ହେବ ସ୍ବତନ୍ତ୍ର ଆଲୋଚନା। ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ