ଓଡିଶା

odisha

ETV Bharat / state

ପିପିଲି କଂଗ୍ରେସ ପାଇଁ ପ୍ରଚାର କଲେ ସୁର ରାଉତରାୟ ଓ ଚିରଞ୍ଜିବୀ ବିଶ୍ୱାଳ - ପିପିଲିରେ ଚିରଞ୍ଜିବି ବିଶ୍ୱାଳଙ୍କ ପ୍ରଚାର

ପିପିଲି ଉପନିର୍ବାଚନ ନେଇ ୨ ଦିନ ଆଉ କ୍ୟାମ୍ପେନିଂ ଥିବାବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପ୍ରଚାର ଚାଲିଛି। ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ, ସୁର ରାଉତରାୟ, ରୁଦ୍ର ରାଜୁ ବିଭିନ୍ନ ପଞ୍ଚୟାତରେ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି। ଅଧିକ ପଢନ୍ତୁ...

ପିପିଲି କଂଗ୍ରେସ ପାଇଁ ପ୍ରଚାର କଲେ ସୁର ରାଉତରାୟ ଓ ଚିରଞ୍ଜିବୀ ବିଶ୍ୱାଳ
ପିପିଲି କଂଗ୍ରେସ ପାଇଁ ପ୍ରଚାର କଲେ ସୁର ରାଉତରାୟ ଓ ଚିରଞ୍ଜିବୀ ବିଶ୍ୱାଳ

By

Published : Sep 25, 2021, 8:38 PM IST

ପୁରୀ:ପିପିଲି ଉପନିର୍ବାଚନ ନେଇ ୨ ଦିନ ଆଉ କ୍ୟାମ୍ପେନିଂ ଥିବାବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପ୍ରଚାର ଚାଲିଛି। ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ, ସୁର ରାଉତରାୟ, ରୁଦ୍ର ରାଜୁ ବିଭିନ୍ନ ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି । କେନ୍ଦ୍ର ବିଜେପି ସରକାରଙ୍କ ଜନ ବିରୋଧୀ ନୀତି, ବିଜେଡି ସରକାରର ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରି ଭୋଟରଙ୍କ ପାଖକୁ କଂଗ୍ରେସ ଯାଉଥିବା ଦେଖିବାକୁ ମିଳିଛି ।

ପିପିଲି କଂଗ୍ରେସ ପାଇଁ ପ୍ରଚାର କଲେ ସୁର ରାଉତରାୟ ଓ ଚିରଞ୍ଜିବୀ ବିଶ୍ୱାଳ

ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ପିପିଲି ଡେଲାଙ୍ଗବାସୀ ସ୍ୱାଭିମାନି । ସେମାନେ ବିଜେଡିର ଅର୍ଥବଳକୁ ଖାତିର କରିବେ ନାହିଁ । ସେହିପରି କୃଷକଙ୍କ ଉନ୍ନତି ପାଇଁ ଜଳସେଚନ ବ୍ୟବସ୍ଥା କଂଗ୍ରେସ ସରକାରରେ ହୋଇଥିଲା। ବିଜେଡି ସରକାର ସମୟରେ ପିପିଲି ଡେଲାଙ୍ଗବାସୀଙ୍କ ବିକାଶ ହେବା ପରିବର୍ତ୍ତେ ବିନାଶ ହୋଇଛି। ଏଥର ଉପନିର୍ବାଚନରେ ଭୋଟର ବିଜେପି ଓ ବିଜେଡିକୁ ଉପଯୁକ୍ତ ଜବାବ ଦେଇ କଂଗ୍ରେସକୁ ଜିତାଇବେ ବୋଲି ସୁରେଶ ରାଉତରାୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details