ଓଡିଶା

odisha

ETV Bharat / state

ବାଲୁକା କଳାରେ ଜନତା କର୍ଫ୍ୟୁ - ବାଲୁକା କଳାରେ ଜନତା କର୍ଫ୍ୟୁ

ରବିବାର ସାରା ଭାରତବର୍ଷରେ ପାଳନ ହେବାକୁ ଯାଉଛି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶବାସୀ ଏହି ଜନତା କର୍ଫ୍ୟୁ ପାଳନ କରିବେ । ଏନେଇ ବାଲୁକା କଳା ମାଧ୍ୟମରେ ସମର୍ଥନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

puri latest news, janata curfew, janata curfew sand art, sudarshan pattnaik sand art, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ଜନତା କର୍ଫ୍ୟୁ, ବାଲୁକା କଳାରେ ଜନତା କର୍ଫ୍ୟୁ, ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା
ବାଲୁକା କଳାରେ ଜନତା କର୍ଫ୍ୟୁ

By

Published : Mar 21, 2020, 11:35 PM IST

ପୁରୀ: ରବିବାର ସାରା ଭାରତବର୍ଷରେ ପାଳନ ହେବାକୁ ଯାଉଛି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସାରା ଦେଶବାସୀ ଏହି ଜନତା କର୍ଫ୍ୟୁ ପାଳନ କରିବେ । ମାହାମାରୀରେ ପରିଣତ ହୋଇଥିବା କୋରୋନାକୁ ନେଇ ସତର୍କତା ଓ ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମକୁ ନାଗରିକମାନେ ସମର୍ଥନ ଜଣାଇଥିବା ବେଳେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ ବାଲୁକା କଳା ମାଧ୍ୟମରେ ଦେଇଛନ୍ତି ସଚେତନତା ବାର୍ତ୍ତା ।

ବାଲୁକା କଳାରେ ଜନତା କର୍ଫ୍ୟୁ

ଜନତା କର୍ଫ୍ୟୁ ଭଳି ନିଆରା କାର୍ଯ୍ୟକ୍ରମକୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମର୍ଥନ କରିଛନ୍ତି । ପୁରୀ ବେଳାଭୂମିରେ ଏନେଇ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଏହାକୁ ସମର୍ଥନ ଦେଇଛନ୍ତି। ସାରା ଦେଶବାସୀ ଜନତା କର୍ଫ୍ୟୁକୁ ମାନି ରବିବାର ସକାଳୁ ସନ୍ଧ୍ୟା ଯାଏଁ ଘରେ ରହିବାକୁ ସୁଦର୍ଶନ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। ତେବେ କୋରୋନାକୁ ଦୃଷ୍ଟିରେ ରଖି ଲୋକେ ସଚେତନ ହେବା ସହ ଦରକାର ଥିଲେ କେବଳ ଘରୁ ବାହାରିବାକୁ ସଚେତନ କରିଛନ୍ତି ସୁଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details