ବ୍ରହ୍ମଗିରି: ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତି କାୟା ବିସ୍ତାର କରୁଛି ମହାମାରୀ କୋରୋନା ଭୂତାଣୁ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଅବଧିକୁ ଏପ୍ରିଲ 30 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ହେଲେ ଲକଡାଇନ ସତ୍ତ୍ବେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି । ଗୁରୁବାର ବ୍ରହ୍ମଗିରି ଯୋଗାଣ ଅଧିକାରୀ ଶିବ ପ୍ରସାଦ ମହାନ୍ତି ଓ ଆଇଆଇସି ମନୋଜ ଶତପଥୀ ବ୍ରହ୍ମଗିରି ବଜାରରେ କଳାବଜାରୀର ଖବର ପାଇ ମିଳିତ ଭାବେ ଚଢାଉ କରିଥିଲେ ।
କଳାବଜାରୀ ରୋକିବାକୁ ବ୍ରହ୍ମଗିରି ବଜାରରେ ଯୋଗାଣ ଅଧିକାରୀଙ୍କ ଚଢାଉ - bramhgiri news
ବ୍ରହ୍ମଗିରି ବଜାରରେ ଯୋଗାଣ ଅଧିକାରୀ ଓ ଆଇଆଇସିଙ୍କ ମିଳିତ ଚଢାଉ । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଖବର ଚଢାଉ କରିଥିବା ସୂଚନା ।
![କଳାବଜାରୀ ରୋକିବାକୁ ବ୍ରହ୍ମଗିରି ବଜାରରେ ଯୋଗାଣ ଅଧିକାରୀଙ୍କ ଚଢାଉ Supply officer raids in Brahmagiri market to curb black market](https://etvbharatimages.akamaized.net/etvbharat/prod-images/768-512-6815192-316-6815192-1587033985393.jpg)
କଳାବଜାରୀ ରୋକିବାକୁ ବ୍ରହ୍ମଗିରି ବଜାରରେ ଯୋଗାଣ ଅଧିକାରୀଙ୍କ ଚଢାଉ
କଳାବଜାରୀ ରୋକିବାକୁ ବ୍ରହ୍ମଗିରି ବଜାରରେ ଯୋଗାଣ ଅଧିକାରୀଙ୍କ ଚଢାଉ
ପ୍ରତି ଦୋକାନ ସମ୍ମୁଖରେ ଦର ତାଲିକା ଝୁଲାଇବାକୁ ତାଗିଦ କରିଥିଲେ । ଏହା ସହ ନିର୍ଦ୍ଦେଶରେ ଅବହେଳା କିମ୍ବା କଳାବଜାରୀ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ଚେତାବନୀ ଦେଇଛନ୍ତି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ