ଓଡିଶା

odisha

ETV Bharat / state

ପୂଜାରେ କୋଭିଡ ନିୟମ ପାଳନ ନେଇ ବାଲୁକା କଳାରେ ବାର୍ତ୍ତା - International sand artist Sudarshan Pattnaik

ଶାରଦୀୟ ପୂଜା ଅବସରରେ କୋରୋନା ସଂକ୍ରମଣରୁ ଦୂରେଇ ରହିବାକୁ ବାଲୁକା କଳାରେ ସଚେତନ ବାର୍ତ୍ତା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ..

ପୂଜାରେ କୋଭିଡ ନିୟମ ପାଳନ ନେଇ ବାଲୁକା କଳାରେ ବାର୍ତ୍ତା
ପୂଜାରେ କୋଭିଡ ନିୟମ ପାଳନ ନେଇ ବାଲୁକା କଳାରେ ବାର୍ତ୍ତା

By

Published : Oct 23, 2020, 9:42 PM IST

Updated : Oct 23, 2020, 10:57 PM IST

ପୁରୀ : ଦୁର୍ଗା ପୂଜାରେ କୋଭିଡ ନିୟମ ପାଳନ ନେଇ ବାଲୁକାଚିତ୍ର କଳାରେ ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଦୁର୍ଗା ପୂଜାକୁ ସମସ୍ତେ କୋଭିଡ ଗାଇଡ଼ ଲାଇନ ଅନୁସରଣ କରି ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ପୂଜା ସମୟରେ ବାହାରକୁ ଗଲେ ଅଧିକ ଗହଳି ଦ୍ବାରା କୋଭିଡ ସଂକ୍ରମଣ ବଢିବାର ଅଶଙ୍କା ରହିଛି। ଏଣୁ ସମସ୍ତେ ସତର୍କ ଓ ସଚେତନ ହେବାକୁ ବାଲୁକାଚିତ୍ର ମାଧ୍ୟମରେ ସେ ସଚେତନ କରାଇଛନ୍ତି ।

ପୂଜାରେ କୋଭିଡ ନିୟମ ପାଳନ ନେଇ ବାଲୁକା କଳାରେ ବାର୍ତ୍ତା

ପୁରୀ ବେଳାଭୂମିରେ ଏହି ବାଲୁକାଚିତ୍ରଟିକୁ ସେ କରିଥିବା ବେଳେ ମା’ ଦୁର୍ଗାଙ୍କ ମୁଖ୍ୟ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି। ସେହିପରି ସବୁ ବେଳେ ମାସ୍କ ପିନ୍ଧିବା , ସାବୁନରେ ହାତ ଧୋଇବା ଏବଂ 6 ଫୁଟ ଦୂରତା ସମସ୍ତେ ଅନ୍ୟ ମାନଙ୍କ ଠାରୁ ରଖିବା ପାଇଁ ସୁଦର୍ଶନ ନିଜ ବାଲୁକାଚିତ୍ର କଳା ରେ ଲୋକଙ୍କୁ ଅବଗତ କରାଇଛନ୍ତି ।

ପୂଜାରେ କୋଭିଡ ନିୟମ ପାଳନ ନେଇ ବାଲୁକା କଳାରେ ବାର୍ତ୍ତା

କେବଳ ଏବେ ନୁହେଁ କୋରୋନା ସଂକ୍ରମଣ ଲଢେଇ ଆରମ୍ଭ ଠାରୁ ପଦ୍ମଶ୍ରୀ ସୁଦର୍ଶନ ଲୋକଙ୍କୁ ଘରେ ରହିବା ସହ କୋଭିଡ ଗାଇଡଲାଇକୁ ମାନିବା ନେଇ ନିଜ ବାଲୁକା କଳାରେ ସୂଚନାଇଛନ୍ତି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 23, 2020, 10:57 PM IST

ABOUT THE AUTHOR

...view details