ପୁରୀ:ଆଜି ଜନ ଔଷଧୀ ଦିବସ । ମାର୍ଚ୍ଚ ୭ ତାରିଖକୁ ଭାରତରେ ଜନ ଔଷଧୀ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ଜନ ଔଷଧୀ ଦିବସ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ।
ବାଲୁକା କଳାରେ ଜନ ଔଷଧୀ ଦିବସର ସଚେତନତା ବାର୍ତ୍ତା - ଜନଔଷଧି ଦିବସ
ଆଜି ଜନ ଔଷଧୀ ଦିବସ । ଏ ନେଇ ବାଲୁକା ଚିତ୍ରକଳା ମାଧ୍ୟମରେ ଜନ ଔଷଧୀ ଦିବସ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । ଅଧିକ ପଢନ୍ତୁ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଜନ ଔଷଧୀ ଦିବସ ପାଳନ କରାଯାଉଛି। ଜେନେରିକ ଔଷଧର ବ୍ୟବହାର ନେଇ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି ନେଇ ଏହି ଦିବସ ପାଳନ କରାଯାଉଛି। ଆଜିର ଥିମ ହେଉଛି 'Jan Aushadhi-Jan Upyogi' । ଗତ ୨୦୧୯ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ସରକାର ଦେଶର ୭୩୯ ଜିଲ୍ଲାରେ ୮୬୦୦ ଜନ ଔଷଧ ଆଉଟଲେଟ ଖୋଲିଥିଲେ।
ଯେଉଁଥିରେ କି ଲୋକ ମାନେ ଖୁବ କମ ଦରରେ ବିଭିନ୍ନ ଚିକିତ୍ସା ପାଇଁ ଔଷଧ କିଣିବା ନେଇ ବ୍ୟବସ୍ଥା ହୋଇଥିଲା । ଯାହାକି ଏବେ ବେଶ ଲୋକପ୍ରିୟ ହୋଇଛି। ଦିନକୁ ଦିନ ଲୋକେ କେନ୍ଦ୍ର ସରକାରଙ୍କ ଜନ ଔଷଧି କେନ୍ଦ୍ରକୁ ଯାଇ ଉଚ୍ଚ ମାନର ବିଭିନ୍ନ ଔଷଧ କିଣି ବେଶ ଉପକୃତ ହେଉଛନ୍ତି । ଏହି ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିବା ସହ ଲୋକମାନେ ଜନ ଔଷଧି କେନ୍ଦ୍ରକୁ ଯାଇ ଔଷଧ କିଣି ଉପକୃତ ହେବାକୁ ବାର୍ତ୍ତା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ