ବ୍ରହ୍ମଗିରି :ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଭା ଗୃହରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଦିଲୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାୟ ୨୫ଟି ପଞ୍ଚାୟତର ଅଭିଯୋଗକାରୀ ମାନେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଇଲେ ଅଭିଯୋଗକାରୀ - ବ୍ରହ୍ମଗିରିରେ ଜନଶୁଣାଣୀ
ବ୍ରହ୍ମଗିରି ବ୍ଲକ ସଭାଗୃହରେ ଜନଶୁଣାଣି କାର୍ଯ୍ୟକ୍ରମ । ଅଭିଯୋଗକାରୀଙ୍କର ହେଲା ସମସ୍ୟାର ସମାଧାନ । ଅଧିକ ପଢ଼ନ୍ତୁ
ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଇଲେ ଅଭିଯୋଗକାରୀ
ମୁଖ୍ୟତଃ ପାନୀୟ ଜଳଯୋଗାଣ, ଇଲେକ୍ଟ୍ରି, ଭତ୍ତା, ଫନି ସହାୟତା ଏବଂ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ ଏବଂ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ । ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ